Cricket

କୋହଲିଙ୍କ କମାଲ, ୨୬ତମ ଶତକ ହାସଲ କଲେ

(ଓଡିଶା ସ୍ପୋର୍ଟସ ): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗୋଟିଏ ପରେ ଗୋଟିଏ ରେକର୍ଡ଼ ନିଜ ନାମରେ କରିଚାଲିଛନ୍ତି । ଆଜି ପୁଣି ବିରାଟ ଆଉ ଏକ ରେକର୍ଡ଼ ନିଜ ନାମରେ କରିଛନ୍ତି । ସେ ନିଜ କ୍ୟାରିୟରର ୭ମ ଦ୍ୱିଶତକ ହାସଲ କରିଛନ୍ତି । ଏହା ସହିତ ଦ୍ୱିଶତକ ମାରିବାରେ ସେ ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହଓ୍ଵାଗଙ୍କ ପରି କିମ୍ବଦନ୍ତି ବ୍ୟାଟ୍ସମ୍ୟାନଙ୍କୁ ଟପିଯାଇଛନ୍ତି । ଆଜି ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଦକ୍ଷିଣ-ଆଫ୍ରିକା ବିପକ୍ଷ ମ୍ୟାଚରେ କୋହଲି ନିଜର ୨୫୦ ରନ ପୂରଣ କରି ଅପରାଜିତ ଅଛନ୍ତି । ଏହା ସହ ୨୬ ତମ ଶତକ କରି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମମ ଉଲ-ହକଙ୍କୁ ପଛରେ ପକାଇ ଦେଇଛନ୍ତି କୋହଲି । ଇଞ୍ଜାମାମ ୨୫ଟି ଶତକ କରି ବିରାଟଙ୍କ ସହ ସମାନ ସ୍ଥାନରେ ରହିଥିଲେ ।
କୋହଲିଙ୍କ ନାଁରେ ଏବେ ୨୬ଟି ଟେଷ୍ଟ ଶତକ, ୪୩ଟି ଏକଦିବସୀୟ ଶତକ ରହିଛି । ଟେଷ୍ଟ କ୍ୟାପଟେନ ହିସାବରେ ସେ ୧୯ଟି ଶତକ ହାସଲ କରିଛନ୍ତି । ଏ କ୍ଷେତ୍ରରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି । ୭ଟି ଦ୍ୱିଶତକମାରିବାରେ ସେ ପ୍ରଥମ ଭାରତୀୟ । ତେବେ ବିଶ୍ୱରେକର୍ଡରୁ ସେ ଏବେବି ଅନେକ ଦୂରରେ ଅଛନ୍ତି । ସୂଚନା ମୁତାବକ ପ୍ରଥମ ଇନିଂସରେ ଭାରତ ୫ ଓ୍ଵିକେଟ ହରାଇ ୬୦୧ ରନ କରି ଇନିଂସ ଘୋଷଣା କରିଛି ।

Related posts

ରଣଜୀ ଟ୍ରଫିରେ ଓଡିଶାର ବଡ ବିଜୟ

Odisha Sports Bureau

୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

Odisha Sports Bureau

ଆଇପିଏଲ୍‌ରୁ ବାଦ ପଡ଼ିଲେ ଦ୍ରୁତ ବୋଲର ଦୀପକ ଚହର

Odisha Sports Bureau