Cricket

ଶ୍ରୀଲଙ୍କାଠାରୁ ଟି-୨୦ରେ ପାକର ପରାଜୟକୁ ହଜମ କରିପାରୁନାହାନ୍ତି କୋଚ ମିସ୍ୱାହ

(ଓଡିଶା ସ୍ପୋର୍ଟସ):  ଟି-୨୦ ସିରିଜରେ ଶ୍ରୀଲଙ୍କାଠାରୁ ପାକିସ୍ତାନର ପରାଜୟ ପରେ ଏହାକୁ ନେଇ ସବୁଠି ଆଲୋଚନା ଚାଲିଛି । ପାକିସ୍ତାନ ପରି ଟି-୨୦ର ନମ୍ବର ୧ ଟିମ ଶ୍ରୀଲଙ୍କାଠାରୁ ୩-୦ରେ ପରାଜୟ ବରଣ କରିଛି । ଏହାକୁ ହଜମ କରିପାରୁନାହନ୍ତି ପାକିସ୍ତାନର ନବ ନିଯୁକ୍ତ କୋଚ ମିସ୍ୱାହ ଉଲ ହକ ।ଏହାକୁ ନେଇ ହକ ଦେଇଚାଲିଛନ୍ତି ମନ ଇଛା ବୟାନ ।
ମିସ୍ୱାହ କହିଛନ୍ତି, ଏତେ ଅଭିଜ୍ଞତା ଥାଇ ମଧ୍ୟ ସିରିଜରେ ଗୋଟିଏ ବି ମ୍ୟାଚ ଜିତି ପାରିନାହୁଁ, ଶ୍ରୀଲଙ୍କା ଟିମ ସେମାନଙ୍କ ମୁଖ୍ୟ ଖେଳାଳୀମାନଙ୍କ ବିନା ସିରିଜ ଖେଳୁଛି । ତଥାପି ଆମ ଟିମ ବିପର୍ଯ୍ୟସ୍ତ । ସେ ଆହୁରି କହିଛନ୍ତି, ଆମ ଦେଶର କ୍ରିକେଟ ସିଷ୍ଟମରେ ହିଁ କିଛି କମି ରହୁଛି । ଶ୍ରୀଲଙ୍କାର ଅଭିଜ୍ଞତା ହୀନ ଖେଳାଳୀଙ୍କଠାରୁ ହାରିବା ପରେ ଆମକୁ ଟି-୨୦ ନଂବର ୧ କହିବାର ଅଧିକାର ନାହିଁ ।
ଅବଶ୍ୟ ଟିମ ଚୟନକୁ ନେଇ ମିସ୍ୱାହଙ୍କ ଅନେକ ଆଲୋଚନା ହୋଇଛି । ସେ ଟିମରୁ ଦୀର୍ଘ ସମୟରୁ ବାହାର ହୋଇଥିବା ଉମର ଅକମଲ ଓ ଅହମଦ ଶହଜାଦଙ୍କୁ ସାମିଲ କରିଛନ୍ତି । ଦୁଇଜଣ ଯାକ ଏହି ସିରିଜରେ ଖରାପ ପ୍ରଦର୍ଶନ କରିଛନ୍ତି । ତେଣୁ ଲୋକଙ୍କ ଆକ୍ରୋର ଶୀକାର ହୋଇଛି ଚୟନ ପ୍ରକ୍ରିୟା । ସୋସିଆଲ ମିଡିଆରେ ଲୋକେ ସେମାନଙ୍କ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

Related posts

ପୁଣି ଛାତିରେ ଯନ୍ତ୍ରଣା ପରେ ହସ୍ପିଟାଲରେ ଗାଙ୍ଗୁଲି

Odisha Sports Bureau

ଶୁଭମନ ଗିଲ ଗୌହାଟୀ ଟେଷ୍ଟ ଖେଳିବେ କି ନାହିଁ ସେ ନେଇ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି

Odisha Sports Bureau

ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର