Cricket

କ୍ରିକେଟର ବସନ୍ତ ରାୟଜୀଙ୍କ ୧୦୦ ବର୍ଷରେ ନିଧନ

ମୁମ୍ବାଇ: ଦେଶର ବୟୋଜ୍ୟେଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କ ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ଶନିବାର ଭୋର ସମୟରେ ମୁମ୍ବଇର ବାଲକେଶ୍ଵରସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଗତ ଜାନୁୟାରୀ ୨୬ରେ ସେ ୧୦୦ ବର୍ଷରେ ପଦାର୍ପଣ କରିଥିଲେ। ସେତେବେଳେ ସଚିନ ତେନ୍ଦୁଲକର ଏବଂ ଷ୍ଟିଭ୍‌ ୱ ତାଙ୍କୁ ଭେଟିବାକୁ ଯାଇଥିଲେ। ବସନ୍ତଙ୍କ ପତ୍ନୀ ଏବଂ ୨ ଝିଅ ଅଛନ୍ତି।

ସୂଚନାଯୋଗ୍ୟ, ବସନ୍ତ ରାୟଜୀ ୧୯୪୦ ଦଶକରେ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୨୭୭ ରନ୍‌ କରିଥିଲେ। ସେ ଗୋଟିଏ ଇନିଂସରେ ସର୍ବାଧିକ ୬୮ ରନ୍‌ କରି ରେକର୍ଡ ସୃଷ୍ଟି କରିଥିଲେ।

Related posts

ଆଜି ଭୁବନେଶ୍ୱର କନିଷ୍ଠ କ୍ରିକେଟ୍ ଲିଗ ଫାଇନାଲ ମ୍ୟାଚ୍,ଫାଇନାଲରେ ସହିଦ ସ୍ପୋର୍ଟିଂ

Odisha Sports Bureau

ବିରାଟ- ଗୌତମଙ୍କୁ ଅଧିକ ଦଣ୍ଡ ମିଳୁ

ଏହି ଖେଳାଳିଙ୍କୁ ODI ସିରିଜରୁ ବାଦ ଦିଆଗଲା?