More Sports

କ୍ରୀଡାବିତଙ୍କ ପାଇଁ ଭତ୍ତା ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ

( ଓଡିଶା  ସ୍ପୋର୍ଟ୍ସ ) : କ୍ରୀଡାବିତମାନଙ୍କ ପାଇଁ ରାଜ୍ୟ ସରକାର ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି । କ୍ରୀଡା ହଷ୍ଟେଲରେ ରହୁଥିବା ଝିଅଙ୍କ ମାସିକ ଭତ୍ତା ୨୦୦ରୁ ୫୦୦କୁ ବୃଦ୍ଧି ହୋଇଛି । ସେହିପରି କ୍ରୀଡା ହଷ୍ଟେଲରେ ରହୁଥିବା ପୁଅଙ୍କ ମାସିକ ଭତ୍ତା ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି ।
ଜାତୀୟ କ୍ରୀଡା ଫେଡେରେସନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ବାହାରକୁ ଗଲେ କ୍ରୀଡାବିତଙ୍କୁ ଦୈ÷ନିକ ୩୦୦ ଟଙ୍କା ଭତ୍ତା ମିଳିବ । ଜାତୀୟ ସ୍ତରର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ବର୍ଷକ ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ମିଳିବ । ସେହିପରି ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡାବିତମାନଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଲେଖାଏ ଭତ୍ତା ରାଶି ଏକ ବର୍ଷ ପାଇଁ ଦିଆଯିବ । ଜାତୀୟ ରେକର୍ଡ ଏକ ବର୍ଷ ଭଙ୍ଗ ନହେଲେ, ସେହି କ୍ରୀଡାବିତଙ୍କୁ ବର୍ଷକ ପର୍ଯ୍ୟନ୍ତ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ଦିଆଯିବ ।
ଜାତୀୟ ଦଳରେ ଭାଗ ନେବାକୁ ଥିବା ମନୋନୀତ କ୍ରୀଡାବିତଙ୍କୁ ମାସିକ ୧୦୦୦ ଟଙ୍କା ପ୍ରଦାନ କରାଯିବ । କ୍ରୀଡା ହଷ୍ଟେଲରେ ରହିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ମାସିକ ଭତ୍ତା ସହିତ ଏହି ଅତିରିକ୍ତ ଭତ୍ତା ମଧ୍ୟ ପାଇପାରିବେ ।

Related posts

୨୫ ରୁ ୬୮ତମ ସିନିୟର ଜାତୀୟ ଭଲିବଲ୍ ଚାମ୍ପିୟନସିପ୍ ୨୦୧୯ ଅନୁଷ୍ଠିତ

Odisha Sports Bureau

ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନସିପରେ ପ୍ରଦୀପ ହେଲେ ଚମ୍ପିଆନ୍

Odisha Sports Bureau

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ୍, ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ଭାରତ