Cricket

ଜେଟଲୀଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର ଛାୟା

(ଓଡିଶାସ୍ପୋର୍ଟସ ): ଆଜି ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦିନ ପ୍ରାୟ ୧୨.୦୭ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିବା ବେଳେ କ୍ରୀଡ଼ା ଜଗତ ମଧ୍ୟ ସ୍ତବ୍ଧ ହୋଇଛି। ବହୁ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିବିଶେଷମାନେ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ଜେଟଲୀ ଜଣେ ରାଜନେତା ନଥିଲେ, କ୍ରିକେଟ ପ୍ରତି ତାଙ୍କର ବେଶ ଆଗ୍ରହ ରହିଥିଲା। ଏପରି କି ଜେଟଲୀ ଦିଲ୍ଲୀ କ୍ରିକେଟ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍(ଡିଡିସିଏ)ର ସଭାପତି ଭାବେ କାର୍ୟ୍ୟ କରିଥିଲେ।
ଜେଟଲୀଙ୍କ ବିୟୋଗରେ ରେସଲର ଗୀତା ପୋଗାଟ କହିଛନ୍ତି, “ମୁଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଜୀଙ୍କ ଅକସ୍ମାତ ବିୟୋଗରେ ମର୍ମାହତ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।”
କ୍ରିକେଟର ଶିଖର ଧୱନ, ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା, ବୀରେନ୍ଦ୍ର ସେହୱାଗ, ଭିଭିଏସ୍ ଲକ୍ଷ୍ମଣ, ସାଂସଦ ଗୌତମ ଗମ୍ଭୀର, ରେସଲର ତଥା ବିଜେପି ନେତା ବବିତା ପୋଗାଟ ଓ ଡିଡିସିଏ ଟ୍ୱିଟ ଯୋଗ ଭଗୀର ଶୋକ ପ୍ରକାଶ କରିଛି।
ବିସିସିଆଇର ଆକ୍ଟିଂ ସଭାପତି ସିକେ ଖାନ୍ନା ମଧ୍ୟ ଜେଟଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜେଟଲୀଙ୍କ ସହ ଉଠାଇଥିବା ଏକ ଫୋଟକୁ ପୋଷ୍ଟ କରିବା ସହ ଏହା ଏକ ବ୍ୟକ୍ତିଗତ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି।

Related posts

ଏସଆ କପରେ କାହିଁକି ଚୟନ ହେଲନି ୟୁଜବେନ୍ଦ୍ର ଚହଲ? , କଣ କହିଲେ ରୋହିତ

Odisha Sports Bureau

ବଲିଉଡରେ ଡେବ୍ୟୁ କରିବେ ସ୍ପୋର୍ଟସ୍ ସେଲିବ୍ରିଟି ଶିଖର ଧାୱନ

ବିରାଟଙ୍କ ପାଦ ଛୁଇଁଲେ ରିଙ୍କୁ

Odisha Sports Bureau