Tennis

ଟାଇଟଲ୍ ଜିତିବାର ଗୋଟିଏ ପାଦ ପଛରେ ରହିଛନ୍ତି ରାଫେଲ୍

(ଓଡିଶା ସ୍ପୋର୍ଟସ): ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ଖେଳାଳି ରାଫେଲ ନାଡାଲ୍ ମେକ୍ସିକୋ ଓପନ୍ ଫାଇନାଲରେ ପ୍ରବେଶ କରିନେଇଛନ୍ତି । ସେମିଫାଇନାଲରେ ଗ୍ରିଗୋର ଦିମିତ୍ରେଭେଙ୍କୁ ୬-୩, ୬-୨ରେ ପରାସ୍ତ କରି ନାଡାଲ ଜବରଦସ୍ତ ଖେଳର ପ୍ରଦର୍ଶନ କରିଛନ୍ତି । ସମ୍ପୂର୍ଣ୍ଣ ମ୍ୟାଚରେ ନାଡାଲଙ୍କ ଫୋର୍ଡହେଡ୍ ଏବଂ ସରଭାଇସ୍ ଦେଖୁ ଦେଖୁ ହୋଇଯାଉଥିଲା । ଏବେ ଫାଇନାଲରେ ତାଙ୍କର ସାମ୍ନା ଆମେରିକାର ଖେଳାଳି ଟେଲର ଫ୍ରିଟଜଙ୍କ ସହିତ ହେବ । ଶ୍ରେଷ୍ଠ ଖେଳାଳି ଫ୍ରିଟଜ ଏକ ଅନ୍ୟ ମେସିଫାଇନାଲରେ ହମବତନ ଜାଁନ୍ ଇସନରଙ୍କୁ ୨-୬, ୭-୫, ୬-୩ରେ ପରାସ୍ତ କରିଛନ୍ତି । ନାଡାଲ ୧୫ ବର୍ଷ ପୂର୍ବେ ଏଠାରେ ପ୍ରଥମଥର ପାଇଁ ଚମ୍ପିଆନ ହୋଇଥିଲେ, ସେ ୨୦୧୩ ମସିହାରେ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲକୁ ନିଜ ନାମରେ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ବିଜୟ ପରାଜୟର ରେକର୍ଡ ୧୮-୨ ଅଟେ ।

Related posts

କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau

ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ୍ ହାସଲ କଲା ସର୍ବଶ୍ରେଷ୍ଠ ଅଷ୍ଟମ ରେକର୍ଡ

Odisha Sports Bureau

ଟେଙ୍ଗଲଙ୍କୁ ହରାଇ ଇଣ୍ଡିଆନ୍ ୱେଲସ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ଜୋକୋଭିକ୍

Odisha Sports Bureau