Cricket

ଟି-୨୦ କ୍ରିକେଟରେ ୮ହଜାର ରନ ହାସଲ କଲେ ରୋହିତ

(ଓଡିଶା ସ୍ପୋର୍ଟ): ଗତକାଲି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମା ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ରୋହିତ୍ ବ୍ୟକ୍ତିଗତ ୧୨ ରନ୍ କରିବା କ୍ଷଣି ଟି-୨୦ କ୍ରିକେଟରେ ୮ହଜାର ରନ୍ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଗତକାଲି ମ୍ୟାଚ୍ରେ ରୋହିତ ୨୨ଟି ବଲ୍ରେ ୩୦ ରନ୍ର ଇନିଂସ୍ ଖେଳିଛନ୍ତି। ସେ ୩୦ ରନ୍ କରିଥିବା ବେଳେ ଅମିତ ମିଶ୍ରାଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ।

ସେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୮ହଜାର ରନ୍ ହାସଲ କରିବା କ୍ଲବରେ ସାମିଲ୍ ହୋଇଛନ୍ତି। ଏହା ପୂର୍ବରୁ ସୁରେଶ ରାଇନା (୮୨୧୬) ଓ ବିରାଟ କୋହଲି (୮୧୮୩) ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଏପର୍ୟ୍ୟନ୍ତ ୩୦୭ ମ୍ୟାଚରେ ୨୯୪ ଇନିଂସ ଖେଳି ୪୫ ହାରରେ ୮୦୧୮ ରନ୍ କରିଛନ୍ତି। ଟି-୨୦ରେ ତାଙ୍କର ସର୍ବାଧିକ ସ୍କୋର ୧୧୮ ରନ୍ ରହିଛି।

ସେ ଭାରତ ପକ୍ଷରୁ ସର୍ବାଧିକ ୬ ଶତକ ଏବଂ ୫୩ ଅର୍ଦ୍ଧଶତକ ମାରିଛନ୍ତି। ରାଇନା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୮ହଜାର ରନ୍ କରିଥିଲେ। ସେ ଏପର୍ୟ୍ୟନ୍ତ ୩୧୧ ମ୍ୟାଚରେ ୮୨୧୬ ରନ୍ କରିଛନ୍ତି। ତାଙ୍କ ନାମରେ ୪ ଶତକ ଓ ୪୯ ଅର୍ଦ୍ଧଶତକ ଅଛି।

Related posts

ଫ୍ୟାବ୍ -୪ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସବୁଠାରୁ ତଳେ ଅଛନ୍ତି ବିରାଟ କୋହଲି…

କମବ୍ୟାକ ପରେ ଅଶ୍ୱିନଙ୍କ ଟ୍ୱିଟ ଭାଇରାଲ

Odisha Sports Bureau

ଚଳିତ ଆଇପିଏଲ୍ରେ ଆଜି ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ କୋଲ୍କାତା ନାଇଟ୍ ରାଇଡର୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau