Cricket

ଟି ୨୦ – ସିରିଜରେ ବିଶ୍ରାମ ନେବେ କୋହଲି

(ଓଡ଼ିଶା ସ୍ପୋର୍ଟସ ): ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟି୨୦ ସିରିଜରେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋହଲି ଟି-୨୦ ସିରିଜରେ ଅଂଶ ହେବେ ନାହିଁ । କାହିଁକି ନାଁ ସେ ଲଗାତାର ଖେଳି ଆସୁଛନ୍ତି ଏବଂ ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ସେ ଅଷ୍ଟ୍ରେଲିଆ ସିରିଜ, ଆଇପିଏଲ, ୱାର୍ଲଡ କପ, ୱେଷ୍ଟ ଇଣ୍ଡିଜ ଗସ୍ତ ସହ ଦକ୍ଷିଣ ଆଫ୍ରିକାର ସିରିଜରେ ଲଗାତାର ଖେଳି ଆସୁଛନ୍ତି ।
ଖେଳାଳିଙ୍କ ୱାର୍କଲୋଡ ମ୍ୟାନେଜମେଣ୍ଟ, ଖାସକରି ସେହି ମାନଙ୍କୁ ଯେଉଁମାନେ ତିନୋଟି ପର୍ମାଟରେ ଖେଳୁଛନ୍ତି , ଆମର ପ୍ରାଥମିକତା ରହିଛି । ଆମେ ଚାହୁଁଛୁ ଯେ ଖେଳାଳି ଫିଟ ରୁହନ୍ତୁ ଏବଂ ଆମର ଖେଳ ଶୀର୍ଷରେ ରହୁ । ଟି-୨୦ ସିରିଜ ପାଇଁ ଅକ୍ଟୋବର ୨୪ ତାରିଖରେ ଭାରତୀୟ ଟିମର ଚୟନ କରାଯିବ । ଏହାସହ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଚନୟକର୍ତ୍ତାଙ୍କ ସହ ମହେନ୍ଦ୍ର ସିଂହ ଧୋନୀଙ୍କ ଭବିଷ୍ୟତକୁ ନେଇ ଆଲୋଚନା କରିବେ ।

Related posts

ପୂର୍ବିତନ ଅଧିକାରୀଙ୍କ ପରାମର୍ଶ ବିନା ଚାପରେ ଖେଳିଲେ ରେଜଲ୍ଟ ତୁମ ପକ୍ଷରେ ନିଶ୍ଚୟ

Odisha Sports Bureau

ବିସ୍ଫୋରକ ବ୍ୟାଟିଂ ବଳରେ କ୍ରିସ ଲିନଙ୍କ ରେକର୍ଡ

Odisha Sports Bureau

ପ୍ରଥମ ମହାକୁମ୍ଭରେ ଜିତିଲା ଗୁଗୁରାଟ ଟାଇଟନ୍ସ