Hockey

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

(ଓଡିଶାସ୍ପୋର୍ଟସ ): ଭାରତୀୟ ମହିଳା ହକି ଟିମ ପରେ ଏବେ ଭାରତୀୟ ପୁରୁଷ ହକି ଟିମ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିଜୟ ହାସଲ କରିଛି । ଅଲମ୍ପିକ କ୍ୱାଲିଫାୟର୍ସର ପ୍ରସ୍ତୁତି ପାଇଁ ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ଭାଗନେବା ଲାଗି ଜାପାନ ଯାଇଥିବା ଭାରତୀୟ ପୁରୁଷ ହକି ଟିମ୍ ମାଲେସିୟାକୁ ୬-୦ ରେ ହରାଇଛି ।
ଭାରତୀୟ ଟିମ୍ ପାଇଁ ୧୦୦ତମ ମ୍ୟାଚ୍ ଖେଳୁଥିବା ଗୁରସାହିବଜିତ୍ ସିଂହ ୧୮ ଏବଂ ୫୬ ମିନିଟ୍ ରେ ଦୁଇଟି ଗୋଲ କରିଥିଲେ । ତାଙ୍କ ବ୍ୟତିତ ମନଦୀପ ସିଂହ ୩୪ ଏବଂ ୪୭ ମିନିଟ୍ ରେ ଦୁଇଟି ଗୋଲ କରିଥିଲେ । ସେହିପରି ବରୁଣ କୁମାର ଏବଂ ଏସବି ସୁନୀଲ ଗୋଟେ ଗୋଟେ ଗୋଲ କରିଥିଲେ ।
ଭାରତୀୟ ଦଳକୁ ମ୍ୟାଚ୍ ପାଇଁ ଦିଆଯାଇଥିବା ସମୟ ଭିତରେ ବରୁଣ ଏବଂ ଗୁରସାହିବଜିତ ଗୋଟେ ଗୋଟେ ଗୋଲରେ ଅଧା ସମୟ ମଧ୍ୟରେ ୨-୦ କରିନେଇଥିଲେ । ଏହାପରେ ଅନ୍ୟ ଅଧା ସମୟରେ ଭାରତ ତାର ସାନ୍ଦାର ପ୍ରଦର୍ଶନ ଜାରି ରଖିଥିଲା ଏବଂ ମାଲେସିୟା ଦଳକୁ ମାତ୍ ଦେଇଥିଲା ।

Related posts

ସ୍ପାନିସ୍ ହକି ଶତବାର୍ଷିକୀ ପ୍ରତିଯୋଗିତାରେ ଭାରତୀୟ ଦଳରେ ଦୁଇ ଓଡ଼ିଆ

୧୬ ବର୍ଷ ପରେ ଚେନ୍ନାଇରେ ଖେଳାଯିବ ହକି

Odisha Sports Bureau

ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆର ବଡ଼ ଘୋଷଣା

Odisha Sports Bureau