Hockey

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

(ଓଡିଶାସ୍ପୋର୍ଟସ ): ଭାରତୀୟ ମହିଳା ହକି ଟିମ ପରେ ଏବେ ଭାରତୀୟ ପୁରୁଷ ହକି ଟିମ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିଜୟ ହାସଲ କରିଛି । ଅଲମ୍ପିକ କ୍ୱାଲିଫାୟର୍ସର ପ୍ରସ୍ତୁତି ପାଇଁ ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ଭାଗନେବା ଲାଗି ଜାପାନ ଯାଇଥିବା ଭାରତୀୟ ପୁରୁଷ ହକି ଟିମ୍ ମାଲେସିୟାକୁ ୬-୦ ରେ ହରାଇଛି ।
ଭାରତୀୟ ଟିମ୍ ପାଇଁ ୧୦୦ତମ ମ୍ୟାଚ୍ ଖେଳୁଥିବା ଗୁରସାହିବଜିତ୍ ସିଂହ ୧୮ ଏବଂ ୫୬ ମିନିଟ୍ ରେ ଦୁଇଟି ଗୋଲ କରିଥିଲେ । ତାଙ୍କ ବ୍ୟତିତ ମନଦୀପ ସିଂହ ୩୪ ଏବଂ ୪୭ ମିନିଟ୍ ରେ ଦୁଇଟି ଗୋଲ କରିଥିଲେ । ସେହିପରି ବରୁଣ କୁମାର ଏବଂ ଏସବି ସୁନୀଲ ଗୋଟେ ଗୋଟେ ଗୋଲ କରିଥିଲେ ।
ଭାରତୀୟ ଦଳକୁ ମ୍ୟାଚ୍ ପାଇଁ ଦିଆଯାଇଥିବା ସମୟ ଭିତରେ ବରୁଣ ଏବଂ ଗୁରସାହିବଜିତ ଗୋଟେ ଗୋଟେ ଗୋଲରେ ଅଧା ସମୟ ମଧ୍ୟରେ ୨-୦ କରିନେଇଥିଲେ । ଏହାପରେ ଅନ୍ୟ ଅଧା ସମୟରେ ଭାରତ ତାର ସାନ୍ଦାର ପ୍ରଦର୍ଶନ ଜାରି ରଖିଥିଲା ଏବଂ ମାଲେସିୟା ଦଳକୁ ମାତ୍ ଦେଇଥିଲା ।

Related posts

ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ହାସଲ କଲେ ବ୍ରୋଞ୍ଜ ପଦକ

Odisha Sports Bureau

ସ୍ପୋର୍ଟ୍ ଆଇଟି ୨୦୨୨: କ୍ରୀଡ଼ା କ୍ଷେତ୍ରରେ ଧାରଣା, ଜ୍ଞାନ ଏବଂ ନୂତନତ୍ୱର ସମ୍ମିଶ୍ରଣ

Odisha Sports Bureau

ଏଫଆଇଏଚ ଅଲମ୍ପିକ କ୍ୱାଲିଫାୟର୍ସ ଓଡିଶା ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ଖେଳାଳି ତାଲିକା ଘୋଷଣା

Odisha Sports Bureau