Hockey

Paris Olympics Hockey: ଆଜି ଭାରତ-ଜର୍ମାନୀ କଡା ମୁକାବିଲା

ଅଲିମ୍ପିକ୍ସରେ ୪୪ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତିବା ଆଶାରେ ଭାରତୀୟ ହକି ଟିମ୍ । ଆଜି ସେମିଫାଇନାଲରେ ବିଶ୍ୱ ଚାମ୍ପିୟନ ଜର୍ମାନୀ ସହ ହେବ ଭାରତର କଡ଼ା ମୁକାବିଲା । ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଟିମର ତାରକା ଡିଫେଣ୍ଡର ଅମିତ ରୋହିଦାସ ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ସେମିରେ ଜର୍ମାନୀକୁ ହରାଇଲେ ୪୪ବର୍ଷ ପରେ ଭାରତ ଫାଇନାଲ ଖେଳିବା ସହ ପଦକ ଜିତିବା ନିଶ୍ଚିତ କରିବ। ଯଦି ଭାରତ ଆଜିର ମ୍ୟାଚରେ ପରାଜିତ ହେବ ତେବେ କାଂସ୍ୟ ପଦକ ପାଇଁ ଅନ୍ୟ ସେମିଫାଇନାଲର ପରାଜିତ ଦଳକୁ ଭେଟିବ।

୨୦୨୦ ଟୋକିଓ ଅଲିମ୍ପିକ୍ସରେ କଡା ମୁକାବିଲା ସହ କାଂସ୍ୟ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଭାରତ ବାଜି ମାରିଥିଲା। ଏଥର ପୁଣି ଥରେ ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚଟି କଡା ମୁକାବିଲା ହେବ ବୋଲି କୁହାଯାଉଛି। ବିଶ୍ୱ ମାନ୍ୟତାରେ ଭାରତ ପଞ୍ଚମରେ ଥିବା ବେଳେ ଜର୍ମାନୀ ୨ୟ ସ୍ଥାନରେ ରହିଛି। କ୍ୱାର୍ଟରରେ ଭାରତ ସୁଟ୍ଆଉଟରେ ଗ୍ରେଟ ବ୍ରିଟେନକୁ ହରାଇ ସେମିଫାଇନାଲରେ ପହଞ୍ଚିଛି।

Related posts

ଓଡ଼ିଶା ହକି ମେନ୍ସ ବିଶ୍ୱକପ ଟ୍ରଫି ଟୁରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଓଡିଶାର ସବୁ ଜିଲ୍ଲା ବୁଲିବ ଟ୍ରଫି

Odisha Sports Bureau

୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ପ୍ରସ୍ତୁତି ଜୋରଦାର

Odisha Sports Bureau

ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ଦେଲେ ଇସ୍ତଫା, ଖରାପ ପ୍ରଦର୍ଶନ ପରେ ରିଡ୍ ନେଲେ ନିଷ୍ପତ୍ତି

Odisha Sports Bureau