Hockey

୨୦୨୩ରେ ହକି ବିଶ୍ୱକପ

(ଓଡ଼ିଶା ସ୍ପୋର୍ଟ): ଆଜି କଳିଙ୍ଗ ଷ୍ଟାଡିୟମରେ ୨୦୧୮ ହକି ବିଶ୍ୱକପର ଏକ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡିଶାରେ ଆୟୋଜିତ ହେବ ବୋଲି ଘୋଷଣା କରିଛନ୍ତି । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ଏହି ବିଶ୍ୱକପ୍ ମ୍ୟାଚ୍ । ସୁନ୍ଦରଗଡରେ ୧୭ଟି ହକି ଟର୍ଫ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ହାଇ ପରଫର୍ମାନ୍ସ ସେଣ୍ଟରର ଶିଳାନ୍ୟାସ କରିବା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଉତ୍ସବରେ ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା ମଧ୍ୟ ଉପସ୍ଥିତ ଥିଲେ । ଏହାସହ ରାଜ୍ୟର ସବୁ ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ ।

୨୦୨୩ ମସିହା ଜାନୁଆରୀ ୧୩ରୁ ୨୯ ମଧ୍ୟରେ ପୁରୁଷ ବିଶ୍ୱ ଆୟୋଜନ ହେବ । ଆୟୋଜକ ଦେଶ ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚ ପାଇଁ ସ୍ଥାନ ନିର୍ଦ୍ଧାରଣ କରିବ ବୋଲି ହକି ମହାସଂଘ ଘୋଷଣା କରିଥିଲା । ଏହାସହ ଆୟୋଜକ ଦଳ ସିଧାସଳଖ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ । ଏନେଇ ଏଫଆଇଏଚ ଅନୁମତି ପ୍ରଦାନ କରିଛି । ଏହିପରି ଭାରତ ଏହି ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ହାସଲ କରିବାରେ ପ୍ରଥମ ଦେଶ ହୋଇଥିଲା

Related posts

ଆଜି ଜାତୀୟ କ୍ରୀଡା ଦିବସ ;ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ

Odisha Sports Bureau

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau

ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ

Odisha Sports Bureau