Cricket

ଟେଷ୍ଟକୁ ବାଏ ବାଏ କରିବେ ନବୀ

(ଓଡିଶାସ୍ପୋର୍ଟସ ): ଆଫଗାନିସ୍ତାନର ଅଲରାଉଣ୍ଡର ଖେଳାଳୀ ମହମ୍ମଦ ନବୀ ଟେଷ୍ଟକୁ କରିବେ ବାଏ ବାଏ । ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ ପରେ ସେ ଏହି ଅବସର ନେବେ । ଏ ନେଇ ଆଫଗାନିସ୍ତାନ ଟିମ୍ ମ୍ୟାନେଜର ନାଜିମ ଜର ଅବଦୁରାହିମଜାଇ ସ୍ପଷ୍ଟ କରିଛନ୍ତି। ଧଳା ବଲ କ୍ରିକେଟରେ ଅଧିକ ସକ୍ରିୟ ରହିବା ପାଇଁ ନବୀ ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ଟେଷ୍ଟକୁ ମିଶାଇଲେ ୩୪ ବର୍ଷୀୟ ଅଲରାଉଣ୍ଡର କେବଳ ୩ ମ୍ୟାଚ୍ ଖେଳିଛନ୍ତି। ଆଫଗାନିସ୍ତାନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ସଦସ୍ୟ ନୁହେଁ। ଶୀର୍ଷ ୯ ର଼୍ୟାଙ୍କଧାରୀ ଦଳ ପରସ୍ପର ମଧ୍ୟରେ ୭୧ ଟେଷ୍ଟ ଖେଳିବେ। ଦୁଇ ବର୍ଷ ମଧ୍ୟରେ ୨୭ ଦ୍ୱିପାକ୍ଷିକ ସିରିଜ ଅନୁଷ୍ଠିତ ହେବ। ରସିଦ ଖାନ୍ଙ୍କ ଦଳ ନଭେମ୍ବର ୨୭ ତାରିଖରେ ଡେରାଡୁନ୍ରେ ହେବାକୁ ଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜକୁ ଭେଟିବ। ଡାହାଣ ହାତୀ ବ୍ୟାଟ୍ସମ୍ୟାନ ସାଙ୍ଗକୁ ଦକ୍ଷ ଅଫ୍ ସ୍ପିନର ଟି୨୦ କ୍ରିକେଟରେ ଜଣେ ସ୍ପେଶାଲିଷ୍ଟ। ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ରେ ସେ ଆଫଗାନିସ୍ତାନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

Related posts

୪୬ ବର୍ଷରେ ମାଷ୍ଟର ବ୍ଲାଷ୍ଟରଙ୍କର ୨୪ ତାରିଖ ସହ ଖାସ ସଂମ୍ପର୍କ

Odisha Sports Bureau

ସୁପର–୮ରେ ୱେଷ୍ଟଇଣ୍ଡିଜ୍‌ର ଦମଦାର ବ୍ୟାଟିଂ, ଭାରତ ସମ୍ମୁଖରେ ୧୯୬ ରନ୍‌ର ଲକ୍ଷ୍ୟ

ବାଗେଶ୍ୱର ଧାମରେ ନଜର ଆସିଲେ କୁଲଦୀପ ଯାଦବ

Odisha Sports Bureau