Football

ଜାତୀୟ ମହିଳା ଫୁଟବଲ ପାଇଁ ଓଡ଼ିଶା ଦଳ

(ଓଡିଶାସ୍ପୋର୍ଟସ ): ଅରୁଣାଚଳ ପ୍ରଦେଶରେ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବ ଜାତୀୟ ବରିଷ୍ଠ ମହିଳା ଫୁଟବଲ ପ୍ରତିଯୋଗିତା । ଏଥିପାଇଁ ଓଡ଼ିଶା ଦଳ ତାର ଯାତ୍ରା ଆରମ୍ଭ କରିଛି । ଦଳ ତାର ପ୍ରଥମ ମ୍ୟାଚ ୧୧ ତାରିଖ ଦିନ ପଣ୍ଡିଚେରୀ ସହିତ ଖେଳିବ । ଏଥିପାଇଁ ଜବାମଣି ଟୁଡ଼ୁଙ୍କ ନେତୃତ୍ୱରେ ଯାଇଥିବା ୨୦ ଜଣିଆ ଓଡ଼ିଶା ଦଳ ସହିତ ମହମ୍ମଦ ସାହିଦ ଜବାର ମୁଖ୍ୟ ପ୍ରଶିକ୍ଷକ, ଗାୟତ୍ରୀ ମଲ୍ଲିକ ସହକାରୀ ପ୍ରଶିକ୍ଷକ ଭାବେ ଯାତ୍ରା କରିଛନ୍ତି ।
ଓଡ଼ିଶା ଦଳ : ସଂଯୁକ୍ତା ତିର୍କିର୍ , ସସ୍ମିତା ପରିଡ଼ା, କରିସ୍ମା ଓରାମ, ଇଭା ପାନ୍ନା , ଜୁଲି କିଷାନ, ସୁମିତ୍ରା ଖାଲ୍କୋ, ଜବାମଣି ଟୁଡ଼ୁ, ଶାନ୍ତି ମୁର୍ମୁ, ସିନୁଲତା ସାହୁ , ରୁନି ନାୟକ, ସୋନି ବେହେରା, ଆରତି ସେଠୀ, ମୋନିକା ମିଞ୍ଜ , ଆରତି ଅନିମା ଖଡ଼ିଆ, ଦୀପା ନାୟକ , ଯଶୋଦା ମୁଣ୍ଡା, ସତ୍ୟବଦି ଖଡ଼ିଆ , ଶୁଭଦ୍ରା ସାହୁ , କବିତା କର , ଦମୟନ୍ତୀ ତିରିଆ ।

Related posts

ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Odisha Sports Bureau

ପ୍ୟାରିସରେ ଆୟୋଜନ କରୁଥିବା ଅଲିମ୍ପିକ୍ସ ୨୦୨୪ ପାଇଁ ଟିମ ନାଁ ଘୋଷଣା କଲା ଆର୍ଜେଣ୍ଟିନା

Odisha Sports Bureau

ଭୁଟାନକୁ ୧୦-୧ ଗୋଲରେ ପରାସ୍ତ କରି ସୈଫ୍ ଚମ୍ପିିଆନଶିପର ଫାଇନାଲରେ ଭାରତ

Odisha Sports Bureau