Cricket

ଟେଷ୍ଟ ମାନ୍ୟତାରେ ଭାରତ,କୋହଲି ନମ୍ବର ୧

(ଓଡିଶା ସ୍ପୋର୍ଟ): ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଗୋଟିଏ ପରେ ଗୋଟିଏ ରେକର୍ଡ଼ ନିଜ ନାମରେ କରିଛନ୍ତି । ସେ ପୂର୍ବ ଥର ଭଳି ଏଥର ମଧ୍ୟ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ଖେଳିଥିବା ଏହି ଭାରତୀୟ ଅଧିନାୟକ ସର୍ବାଧିକ ୯୨୨ ପଏଣ୍ଟ୍ ସହ ବ୍ୟାଟ୍ସମ୍ୟାନ୍ଙ୍କ ତାଲିକାର ଶୀର୍ଷରେ ଅପରିବର୍ତିତ ରହିଥିଲା ବେଳେ ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମ୍ସନ୍ (୯୧୩) ଓ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା (୮୮୧) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବ୍ୟାଟ୍ସ୍ମ୍ୟାନ୍ଙ୍କ ତାଲିକାର ଶୀର୍ଷ-୧୦ରେ ଦୁଇ ଜଣ ଭାରତୀୟ ରହିଥିଲା ବେଳେ ବୋଲରଙ୍କ ମାନ୍ୟତାର ଶୀର୍ଷ-୧୦ରେ ମଧ୍ୟ ଦୁଇ ଜଣ ଭାରତୀୟ ରହିଛନ୍ତି। ଏହି ଦୁଇ ଜଣ ହେଲେ ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ୍ ଅଶ୍ବିନ୍ ସ୍ଥାନ ପାଇଛନ୍ତି । ଭାରତୀୟ ଦଳ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଚଳିତ ବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଉକ୍ତ ସିରିଜକୁ ଭାରତ ୨-୧ରେ ଜିତିଥିଲା।
ଟିମ୍ ରାଙ୍କିଙ୍ଗ ଉପରେ ନଜର ପକାଇଲେ ଭାରତ ପ୍ରଥମ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ଵିତୀୟ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ତୃତୀୟ, ଇଂଲଣ୍ଡ ଚତୁର୍ଥ ଏବଂ ଅଷ୍ଟ୍ରେଲିଆ ତାଲିକାର ପଞ୍ଚମ ସ୍ଥାନରେ ରହିଛି।

Related posts

ନ୍ୟୁଜିଲ୍ୟାଣ୍ଡ ମାଟିରେ ରେକର୍ଡ଼ କରିବା ନେଇ ଆଶାବାଦୀ : ରୋହିତ

Odisha Sports Bureau

ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।

Odisha Sports Bureau

ବିଶ୍ୱକପ ପାଇଁ ଟିକେଟ ଦର ଆକାଶଛୁଆଁ , ୧୯ ଲକ୍ଷରୁ ଅଧିକ

Odisha Sports Bureau