Cricket

ତୃତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରିବ ଭାରତ

ଇନ୍ଦୋର : ଆଜି ଇନ୍ଦୋରରେ ବର୍ଡର-ଗାଭାସ୍କର ଶ୍ରୁଖନାଲର ତୃତୀୟ ଟେଷ୍ଟ। ଟସ୍ ଜିତି ବ୍ୟାଟିଂ କରିବ ଭାରତ। ଭାରତ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଓପନର କେ ଏଲ୍ ରାହୁଲ୍ ଙ୍କ ସ୍ଥାନରେ ସୁଭ୍ମନ୍ ଗିଲ୍ଲ୍ ଓ ଶାମିଙ୍କ ସ୍ଥାନରେ ଉମେଶ ଯାଦବ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଅଷ୍ଟ୍ରିଲା ଦଳରେ ମଧ୍ୟ ଦୁଇଟି ପରିବର୍ତ୍ତନ କରା ଯାଇଛି। ପଟ କ୍ୟୁମିନ୍ସଙ୍କ ସ୍ଥାନରେ ସ୍ତାକ ଓ ୱର୍ଣର ଙ୍କ ସ୍ଥାନରେ କ୍ୟାମେରନ ଗ୍ରୀନ ସ୍ତନପାଇଛନ୍ତି।

ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ଆୟତରେ ରଖିସାରିଲେ ମଧ୍ୟ ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିବ। ଏଠାରେ ବିଜୟୀ ହେଲେ ଭାରତ ଆଗୁଆ ଶୃଙ୍ଖଳା ଜିତିବ। ଏଥିସହ ଘରୋଇ ପରିବେଶରେ ଲଗାତାର ଭାବେ ୧୬ ଶୃଙ୍ଖଳା ଜିତିବାରେ ଭାରତ କୀର୍ତ୍ତିମାନ କରିବ। ଏପରିକି ଏହି ବିଜୟ ପରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ସ୍ଥାନ ପକ୍କା କରିବ। ତେଣୁ ସବୁ ଦୃଷ୍ଟିରୁ ଭାରତ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ବ ବହନ କରୁଛି।

Related posts

ରୋହିତ ଶର୍ମାଙ୍କୁ ତାଙ୍କର ଶିକାର କଲେ କେବଳ ୨୦ ବର୍ଷୀୟ ବୋଲର

Odisha Sports Bureau

ଡ୍ରେସିଂ ରୁମରେ ଖୋଲିଗଲା ଇଶାନ-ହାର୍ଦ୍ଦିକଙ୍କ ପୋଲ

Odisha Sports Bureau

ଲଗାତାର ୪ର୍ଥ ଥର ପରାଜୟ ବରଣ କାଲା ଚେନ୍ନାଇ ଓ ମୁମ୍ବାଇ

Odisha Sports Bureau