Cricket

ଦିନିକିଆ ସିରିଜରେ ଭାରତର ବିଜୟ ଅବ୍ୟାହତ,ଭାରତ ୨-୦ରେ ଆଗୁଆ

(ଓଡିଶା ସ୍ପୋର୍ଟ): ଆଜି ମାଉଣ୍ଟ ମାଙ୍ଗାନୁଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ୍ ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନ୍  ବିଜୟୀ ହୋଇଛି। ଏହା ସହିତ ଦଳ ସିରିଜ ୨-୦ରେ ଆଗୁଆ ହୋଇଯାଇଛି।

ଭାରତ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଦଳ ୪ ୱିକେଟ୍ ହରାଇ ୩୨୪ ରନ୍ କରିଥିଲା। ୩୨୫ରନ୍ ରେ ବିଜୟ ଟାର୍ଗେଟ୍କୁ ପିଛା କରି ନ୍ୟୁଜିଲ୍ୟାଣ୍ଡ ଟିମ୍ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଡଗ୍ ବ୍ରାସ୍ୱେଲ୍ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଖେଳାଳି କ୍ରିଜ୍ ତିଷ୍ଠି ପାରି ନଥିଲେ। ସେ ୪୬ ବଲ୍ରୁ ୫୭ ରନ୍ କରିଥିଲେ। ଓପନର ମାର୍ଟିନ୍ ଗପ୍ଟିଲ୍ ୧୫ ରନ୍ କରିଥିବା ବେଳେ କୋଲିନ୍ ମୁନ୍ରୋ ୩୧, ଅଧିନାୟକ କେନ୍ ୱିଲିଆମ୍ସନ୍ ୨୦, ରସ୍ ଟେଲର ୨୨, ଟୋମ୍ ଲାଥମ ୩୪ ଓ ହେନ୍ରୀ ନିକୋଲ୍ସ ୨୮ ରନ୍ କରିଥିଲେ।

Related posts

ପ୍ଲେ ଅଫରେ ପ୍ରଥମ ଦଳ ଭାବେ ଗୁଜରାଟ ଟାଇଟନ୍ସର ପ୍ରବେଶ

Odisha Sports Bureau

ମ୍ୟାଚ ମଝିରେ ରୋହିତଙ୍କୁ କୁଣ୍ଢାଇ ପକାଇଲେ ଫ୍ୟାନ

Odisha Sports Bureau

ଚୋରି ଅଭିଯୋଗରେ ଫସିଲେ ଷ୍ଟାର ଖେଳାଳୀ

Odisha Sports Bureau