More Sports

ଦୋହା ୱାର୍ଲଡ ଚମ୍ପିଆନସିପ୍ରେ ଭାଗ ନେବେ ନାହିଁ ତେଜଶ୍ୱିନ

(ଓଡିଶାସ୍ପୋର୍ଟସ ): ଉଚ୍ଚ ଡିଆଁର ଖେଳାଳୀ ତେଜଶ୍ୱିନ ଶଙ୍କର ମଙ୍ଗଳବାର ଦିନ ଭାରତୀୟ ଆଥଲେଟିକ୍ ମହାସଂଘ(ଏଏଫଆଇ)ଙ୍କୁ କହିଥିଲେ୨୭ ସେପ୍ଟେମ୍ବର ଠାରୁ ଦୋହାରେ ହେବାକୁଥିବା ୱାର୍ଲଡ ଚମ୍ପିଆନସିପ୍ରେ ଭାଗ ନେଇ ପାରିବେ ନାହିଁ । ଏଏଫ୍ଆଇକୁ ଆମେରିକାରୁ ପଠାଯାଇଥିବା ସଂନ୍ଦେଶରେ ତେଜଶ୍ୱିନୀ କହିଛନ୍ତି, ସେ ବର୍ତ୍ତମାନ ଅଭ୍ୟାସ କରୁ ନାହାଁନ୍ତି ଏବଂ ପ୍ରତିଯୋଗିତା ପାଇଁ ତାଙ୍କ ଶରୀର ପ୍ରସ୍ତୁତ ନାହିଁ । ସେ ଦୋହା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚାହୁଁ ନାହାଁନ୍ତି ।
ଅବଶ୍ୟ ତେଜେଶ୍ୱିନ ଦୁଇ ମିଟର କ୍ୱାଲିଫାଇଙ୍ଗ ମାନକ(୨.୩. ମିଟର)ରେ ଲକ୍ଷରେ ପହଞ୍ଚି ପାରି ନ ଥିଲେ, କିନ୍ତୁ ୨୦ ବର୍ଷିୟ ଦିଲ୍ଲୀର ଆଥଲେଟିକ୍ ଆଇଏଏସଏଫ୍ ର ଶୀର୍ଷ ପ୍ରଦାର୍ଶନ ସୂଚିରେ ରହିଥିବା କାରଣରୁ ପ୍ରତିଯୋଗିତାର ଟିକେଟ ହାସଲ କରିଥିଲେ । ସେ ବିଶ୍ୱ ର୍ୟାଙ୍କିଙ୍ଗ୍ରେ ୩୯ତମ ସ୍ଥାନରେ ରହିଛନ୍ତି ।
ଏଏଫଆଇର ଅଧ୍ୟକ୍ଷ ଆଦିଲ ସୁମାରୀବାଳା କହିଛନ୍ତି, ଆମେ ଚାହୁଁଥିଲୁ କି ସେ ଏହି ପ୍ରତିଯୋଗିତାରେ ଭାଗ ନିଅନ୍ତୁ ଏବଂ ବହ ଟୁର୍ଣ୍ଣାମେଣ୍ଟରେ ଅନୁଭୁତି ହାସଲ କରନ୍ତୁ, କିନ୍ତୁ ଆମର ନିମନ୍ତ୍ରଣକୁ ଅଶ୍ୱିକାର କରିଥିବା ନିର୍ଣ୍ଣୟକୁ ଆମେ ସମ୍ନାନ କରୁଛୁ । ଆମେ ଆଶା କରୁଛୁ ସେ କଠିନ ପରିଶ୍ରମ କରିବେ ଏବଂ କ୍ଷତ ହେବାରୁ ବଞ୍ଚି ରହିବେ । ଆଶା କରୁଚୁ ଆରବର୍ଷ ହେବାକୁ ଥିବା ଟୋକ୍ୱ ଅଲମ୍ପିକ ଗେମ୍ସରେ ଭାରତୀୟ ଟିମର ଅଂଶ ହେବେ ।

Related posts

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

Odisha Sports Bureau

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

Odisha Sports Bureau

ଏନବିଏ ଖେଳୁଥିବା ପ୍ରଥମ ଭାରତୀୟ ସତ୍ୟନମ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ

Odisha Sports Bureau