Cricket

ଦ୍ୱିତୀୟ ଟେଷ୍ଟ,ଟସ ଜିତି ଭାରତର ବ୍ୟାଟିଂ

(ଓଡିଶାସ୍ପୋର୍ଟସ ): ଆଜି ଠାରୁ ପୁଣେରେ ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଦଳରେ ହନୁମା ବିହାରୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି । ଦ୍ୱିତୀୟ ଟେଷ୍ଟ ଜିତି ଟିମ୍ ଇଣ୍ଡିଆ ସିରିଜ କବଜା କରିବା ଲକ୍ଷ୍ୟରେ ରହିଥିବା ବେଳେ ସେପଟେ ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା। ବିଶାଖାପାଟଣା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହୋଇଥିବାରୁ ମନୋବଳ ଦୃଢ଼ ରହିଛି । ଟେଷ୍ଟ କ୍ରିକେଟରେ ଜବରଦସ୍ତ ଫର୍ମକୁ ଫେରିଛନ୍ତି ରୋହିତ ଶର୍ମା । ଶତକୀୟ ଇନିଂସ କରିଥିଲେ । ସେହିପରି ମୟଙ୍କ ଅଗ୍ରଓ୍ଵାଲ ବି ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତ ମାରିଥିଲେ । ଏହି ମ୍ୟାଚରେ ନୂଆ ରେକର୍ଡ କରିଛନ୍ତି ଅଧିନାୟକ ବିରାଟ କୋହଲି । ଅଧିନାୟକ ଭାବରେ ଏହି ମ୍ୟାଚ୍ ବିରାଟ କୋହଲିଙ୍କ ୫୦ତମ ଟେଷ୍ଟ।

Related posts

ସାରାଙ୍କୁ ଦେଖି ସୁଭମନ ଜଲଦି ହୋଇଗଲେ ଆଉଟ! ଫ୍ୟନ୍ସ କଲେ ଅଭିଯୋଗ!

Odisha Sports Bureau

ଦୁଲୁକିବ ବାରବାଟୀ: ସିଲଭର ସିଟିରେ ଜମିବ ଟି-୨୦ କ୍ରେଜ୍

Odisha Sports Bureau

ଦ୍ୱିତୀୟ ଦିନରେ ୧୪ ୱିକେଟ; କମାଲ ଦେଖାଇଲେ ବୋଲର

Odisha Sports Bureau