Cricket

ଧୋନିଙ୍କ ଦେଶଭକ୍ତିକୁ ସାଲ୍ୟୁଟ କଲେ ୱେଷ୍ଟଇଣ୍ଡିଜ ବୋଲର କଟ୍ରେଲ

(ଓଡିଶାସ୍ପୋର୍ଟ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କଶ୍ମୀରରେ ଥିବା ଟେରିଟୋରିଆଲ୍ ଆର୍ମିର ୧୦୬ତମ ପାରାସୁଟ୍ ବାଟାଲିୟନରେ ଯୋଗ ଦେଇଛନ୍ତି । ଧୋନିଙ୍କ ଦେଶ ଭକ୍ତିକୁ ଦେଖି ପ୍ରଶଂସା କରିବା ସହ ତାଙ୍କୁ ସାଲ୍ୟୁଟ ମାରିଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଦ୍ରୁତ ବୋଲର ଶେଲ୍ଡନ କଟ୍ରେଲ । ବାଟାଲିୟନରେ ଯୋଗଦେବା କାରଣରୁ କଟ୍ରେଲ ତାଙ୍କୁ ଜଣେ ସଚ୍ଚା ଦେଶ ଭକ୍ତ ବୋଲି କହିଛନ୍ତି।
ବିଶ୍ବକପରେ ୱିକେଟ ନେବା ପରେ ତାଙ୍କ ନିଜ ଷ୍ଟାଇଲରେ ସେଲିବ୍ରେସନ କରି ଆର୍ମି ଷ୍ଟାଇଲରେ ସାଲ୍ୟୁଟ କରି ନିଜର ଖୁସି ଜାହିର କରୁଥିଲେ। କଟ୍ରେଲ ନିଜର ଟ୍ବିଟର ଆକାଉଣ୍ଟରେ ଧୋନିଙ୍କର ପ୍ରଶଂସା କରିଛନ୍ତି। ସେ ଧୋନିଙ୍କର ୨୦୧୮ର ଏକ ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ ଧୋନି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରୁଛନ୍ତି, ଯାହାକି ଦେଶର ୩ୟ ବଡ଼ ସମ୍ମାନ। ଏହି ଭିଡ଼ିଓ ସେୟାର କରି କଟ୍ରେଲ ଲେଖିଛନ୍ତି, ଏହି ବ୍ୟକ୍ତି ଜଣଙ୍କ(ମହେନ୍ଦ୍ର ସିଂହ ଧୋନି) କ୍ରିକେଟ ପାଇଁ ପ୍ରେରଣାର ଉତ୍ସ। ଏହା ସହିତ ସେ ଜଣେ ସଚ୍ଚା ଦେଶଭକ୍ତ।
ମହେନ୍ଦ୍ର ସିଂହ ଧୋନି ଭାରତୀୟ ସେନାରେ ରହି ୧୫ ଦିନିଆ ପ୍ରଶିକ୍ଷଣ ନେବେ। ସେ ଜୁଲାଇ ୩୧ ରୁ ଅଗଷ୍ଟ ୧୫ ପର୍ୟ୍ୟନ୍ତ କଶ୍ମୀରରେ ଥିବା ଟେରିଟୋରିଆଲ୍ ଆର୍ମିର ୧୦୬ତମ ପାରାସୁଟ୍ ବାଟାଲିୟନରେ ପ୍ରଶିକ୍ଷଣ ନେବେ। ଧୋନି ପାରାସୁଟ୍ ବାଟାଲିୟନରେ ଯୋଗ ଦେବାପରେ ଯବାନଙ୍କ ସହ ମିଶି ଗାର୍ଡ ଏବଂ ପାଟ୍ରୋଲିଂ ଭଳି ଦାୟିତ୍ୱ ସମ୍ଭାଳିବେ।

Related posts

ଆଜିଠାରୁ ଦ୍ବିତୀୟ ଟେଷ୍ଟ: କୋଟଲାରେ ଭାରତ ୩୬ ବର୍ଷ ହେବ ଟେଷ୍ଟ୍ ମ୍ୟାଚ୍‌ ହାରିନାହିଁ

Odisha Sports Bureau

ସିରାଜଙ୍କ ନୂଆ ଘରେ ବିରାଟଙ୍କ ସମେତ ପୁରା ଆରସିବି ଟିମ୍

ହାତକୁ ଦି ହାତ ‌ହେଲେ ଏହି ଷ୍ଟାର କ୍ରିକେଟର