Cricket

ରାଜସ୍ଥାନକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ଦିଲ୍ଲୀ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି । ୧୬୧ ରନ୍‌ର ଟାର୍ଗେଟ୍‌କୁ ପିଚ୍ଛା କରି ଦିଲ୍ଲୀ ୧୮.୧ ଓଭର୍‌ରେ ହିଁ ଲକ୍ଷ୍ୟସ୍ଥଳରେ ପହଁଞ୍ଚିଯାଇଥିଲା । ଦିଲ୍ଲୀ ପକ୍ଷରୁ ମିଚେଲ୍‌ ମାର୍ଶ ସର୍ବାଧିକ ୮୯ ରନ୍‌ କରିଥିବା ବେଳେ ଡେଭିଡ୍‌ ୱାର୍ଣ୍ଣର ୫୨ ରନ୍‌ କରିଥିଲେ । ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ଚାହଲ୍‌ ଗୋଟିଏ ଲେଖାଁଏ ୱିକେଟ୍‌ ପାଇଥିଲେ । ଦିଲ୍ଲୀ ନିଜର ଷଷ୍ଠ ବିଜୟ ସହ ପଏଣ୍ଟ ଟେବୁଲ୍‌ର ୫ ମ ସ୍ଥାନରେ ପହଁଞ୍ଚିଛି ।

ରାଜସ୍ଥାନ ରୟାଲ୍ସ ୧୬୦ ରନ କରିଥିଲା । ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ପାଇଁ ୫୦ ରନ୍‌ କରିଥିଲେ ହେଁ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ ମିଳିଥିଲା।

Related posts

ପିଏସଏଲର ଚଳିତ ସଂସ୍କରଣ ସ୍ଥଗିତ

Odisha Sports Bureau

ରୋହିତ ଶର୍ମାଙ୍କୁ ତାଙ୍କର ଶିକାର କଲେ କେବଳ ୨୦ ବର୍ଷୀୟ ବୋଲର

Odisha Sports Bureau

ଆଉ କିଛି କ୍ଷଣ ପରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau