Cricket

ଭାରତ ଦିବାରାତ୍ର ଟେଷ୍ଟ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି

(ଓଡ଼ିଶା ସ୍ପୋର୍ଟସ ): ନିକଟ ଅତୀତରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି। ବାରାତ୍ରଭିତ୍ତିକ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଅଧିନାୟକ ବିରାଟ କୋହଳି ସମ୍ମତି ପ୍ରକାଶ କରିଛନ୍ତି ବୋଲି ନୂଆ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ଏହି ଅବସରରେ ଦିବାରାତ୍ର ଟେଷ୍ଟ ଖେଳିବା ଉପରେ ଆଲୋଚନା ହୋଇଥିଲା। ମୁମ୍ବାଇରେ ଗାଙ୍ଗୁଲି ଓ କୋହଲି ବୈଠକରେ ଏକାଠି ହୋଇଥିଲେ। ଏହି ଅବସରରେ ଦିବାରାତ୍ର ଟେଷ୍ଟ ଖେଳିବା ଉପରେ ଆଲୋଚନା ହୋଇଥିଲା। କୋହଲି ଏ ନେଇ ରାଜି ଅଛନ୍ତି। ପୂର୍ବରୁ ସେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ରାଜି ନ ଥିବା ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହା ସତ ନୁହଁ ବୋଲି ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। ଟେଷ୍ଟ ଫର୍ମାଟକୁ ଲୋକପ୍ରିୟ କରାଇବା ପାଇଁ ଓ ଷ୍ଟାଡିୟମରେ ପ୍ରଶଂସକଙ୍କ ଭିଡ଼ ପାଇଁ ଦିବାରାତ୍ର ଟେଷ୍ଟ ବା ପିଙ୍କ ବଲ୍‌ ଟେଷ୍ଟକୁ ଗାଙ୍ଗୁଲି ସମର୍ଥନ ଜଣାଇଥିଲେ। କେବେ ଭାରତ ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳିବ ସେ ନେଇ ଏବେ କିଛି କୁହାଯାଇପାରିବ ନାହିଁ। ତେବେ ଏ ନେଇ ପ୍ରୟାସ ଜାରି ରହିବ ବୋଲି ଗାଙ୍ଗୁଲି କହିଛନ୍ତି। ଯଦି ଗାଙ୍ଗୁଲିଙ୍କ କାର୍ୟ୍ୟକାଳ ବୃଦ୍ଧି କରା ନ ଯାଏ ତାହାଲେ ଭାରତ ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳିବା ସମ୍ଭବ ହୋଇ ନ ପାରେ। କାରଣ ୨୦୨୦ ଡିସେମ୍ବରରୁ ଜାନୁୟାରୀ ୨୦୨୧ରେ ଭାରତ ୫ଟି ଟେଷ୍ଟ ଘରୋଇ ପରିବେଶରେ ଖେଳିବ। ଏଥି ସହିତ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର ଟୁର୍ନାମେଣ୍ଟ ଭାରତ ଜିତିବା ଉପରେ ଗାଙ୍ଗୁଲି ଗୁରୁତ୍ୱ ଦେଇଛନ୍ତି। ଆଗକୁ ଭାରତ କିଭଳି ବଡ଼ ବଡ଼ ଟୁର୍ନାମେଣ୍ଟ ଜିତିବ ସେ ନେଇ ପ୍ରୟାସ କରାଯିବ ବୋଲି ଗାଙ୍ଗୁଲି କହିଛନ୍ତି।

Related posts

ନାବାଳିକାକୁ ଯୌନ ଶୋଷଣ କରି ଜେଲ ଗଲେ ଏହି କ୍ରିକେଟର ।

Odisha Sports Bureau

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

Odisha Sports Bureau

ଇଂଲଣ୍ଡର ଶୋଏବ ବଶିରଙ୍କୁ ‘ପାକିସ୍ତାନୀ’ ହେବା ଭାରି ପଡିଲା?

Odisha Sports Bureau