Cricket

ନୂଆ ଜର୍ସିରେ ବିରାଟ

(ଓଡିଶାସ୍ପୋର୍ଟସ ): ଭାରତୀୟ ଦଳ ବର୍ତ୍ତମାନ ବିରାଟ କୋହଲିଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିରୋଧରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ଏହାପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତର ଅଭିଯାନ ମଧ୍ୟ ଆରମ୍ଭ ହେବ ।
କିନ୍ତୁ ଭାରତୀୟ ଦଳ ଏହି ଅଭିଯାନ ପୂର୍ବରୁ ଟେଷ୍ଟ କ୍ରିକେଟରେ ନୂଆ ଜର୍ସି ସହ ବିରାଟ, ଆଜିଙ୍କ୍ୟ ରହାଣେଙ୍କର ଫଟୋ ସେସନ ହୋଇଛି । ଟେଷ୍ଟ କ୍ରିକେଟର ଜର୍ସିରେ ଖେଳାଳିଙ୍କ ନାମ ଓ ନମ୍ବର ମଧ୍ୟ ରହିଛି ।
ଦଳର ଷ୍ଟାର ବୋଲର କୂଳଦୀପ ଯାଦବ ଇଣ୍ଡିଜ ବିରୋଧରେ ଗତ ଦୁଇଟି ଦିନିକିଆରେ ତିନୋଟି ୱିକେଟ୍ ନେଇଥିଲେ । ଇଣ୍ଡିଜ ଗସ୍ତରେ ଋଷଭ ପନ୍ତ ସେହିଭଳି କିଛି ଖାସ କରିପାରି ନାହାନ୍ତି । ସେ ତିନୋଟି ଦିନିକିଆରେ ମୋଟ ୨୦ ରନ କରିଛନ୍ତି । ତିନୋଟି ଟି୨୦ ସିରିଜରେ ମଧ୍ୟ ସେ ୬୫ ରନ କରିଛନ୍ତି । ଦୁଇଟି ଅଭ୍ୟାସ ମ୍ୟାଚରେ ସେ ଯଥାକ୍ରମେ ୩୩ ଓ ୧୯ ରନ କରିଥିଲେ । ଟେଷ୍ଟ କ୍ରିକେଟର ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମ୍ୟାଚରେ ଶତକ ଅର୍ଜନ କରି ଫର୍ମରେ ଥିବା ଦେଖାଇଛନ୍ତି ।

Related posts

8 ବର୍ଷ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

BCCI ନୂଆ ସଚିବ ହେଲେ ଦେବଜୀତ ସାଇକିଆ

Odisha Sports Bureau

ସାମିଲ ହେଲେ ଷ୍ଟାର ବୋଲର ଆର ଅଶ୍ୱୀନ, ବାଦ ପଡିଲେ ଅକ୍ଷର ପଟେଲ

Odisha Sports Bureau