More Sports

ନେସନାଲ୍ ଚମ୍ପିଆନଶିପରେ ସ୍ୱର୍ଣ୍ଣ ଜିତିଲେ ମୀରାବାଇ

(ଓଡିଶା ସ୍ପୋର୍ଟସ): ପୂର୍ବ ବିଶ୍ୱ ଚମ୍ପଆନ ମୀରାବାଇ ଚାନୁଙ୍କୁ ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନଶିପର ୪୬କିଗ୍ରା ବର୍ଗରେ ୨୦୩ ଓଜନ ଉଠାଇ ନିଜର ରାଷ୍ଟ୍ରିୟ ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରଇଛନ୍ତି । ମଣିପୁରର ଏହି ୨୫ ବର୍ଷିୟ ଖେଳାଳି ସ୍ନାଚ୍ ରେ ନିଜର ଦ୍ୱିତୀୟ ପ୍ରୟାସରେ ୮୭କିଗ୍ରା ଓଜନ ଉଠାଇଛନ୍ତି, ଯେତେବେଳେ କି କ୍ଲିନ୍ ଏବଂ ଜର୍କରେ ୧୧୫ କିଗ୍ରା ସହିତ ସେ ପ୍ରାୟ ୨୦୩ କିଗ୍ରା ଓଜନ ଉଠାଇଛନ୍ତି । ଏହି ପ୍ରୟାସ ସହିତ ବିଶ୍ୱ ରାଙ୍କିଙ୍ଗରେ ମୀରାବାଇ ଚିନର ଜିଆଙ୍ଗ ହୁଇହୁଆ(୨୧୨କିଗ୍ରା) ଏବଂ ହାଊ ଝିହୁଇ(୨୧୧ କିଗ୍ରା), କୋରିଆର ରୀ ସୋଙ୍ଗ୍ ଗୂମ୍ (୨୦୯ କିଗ୍ରା)ଙ୍କ ପରେ ଚତୁର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି । ଏହା ପୁର୍ବରୁ ମୀରାବାଇଙ୍କ ରାଷ୍ଟ୍ରିୟ ରେକର୍ଡ ୨୦୧କିଗ୍ରା ଥିଲା, ଯାହା ସେ ଗତ ବର୍ଷ ସେପ୍ଟେମ୍ବର ମାସରେ ଥାଇଲାଣ୍ଡରେ ହୋଇଥିବା ବିଶ୍ୱ ଚମ୍ପିଆନଶିପ୍ରେ କରି ଚତୁର୍ଥ ସ୍ଥାନରେ ରହିଥିଲେ ।

Related posts

ୱାଲର୍ଡ ଆଥଲେଟିକ୍ ଚମ୍ପିଆନସିପ୍ରେ ସପ୍ତମ ସ୍ଥାନରେ ରହିଲା ଭାରତୀୟ ରିଲେ ଟିମ୍

Odisha Sports Bureau

ଭାରତୀୟ ଅଲମ୍ପିକ ସଂଘର ସଭାପତି ହେବେ ପିଟି ଉଷା

Odisha Sports Bureau

ୱାର୍ଲଡ ବିଲିୟାର୍ଡସ ଚମ୍ପିଅ।।ନସିପର ଫାଇନାଲରେ ପ୍ରବେଶ କଲେ ସୌରଭ

Odisha Sports Bureau