Cricket

ଖେଳାଳିରୁ ଗୁପଚୁପ ବିକାଳି ସାଜିଲେ ଧୋନୀ

(ଓଡ଼ିଶା ସ୍ପୋର୍ଟସ): ଭାରତକୁ ୨ଟି ବିଶ୍ୱକପ୍‌ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କ ଫଟୋ ହେଉ କି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏବେ ତାଙ୍କ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି। ରାସ୍ତା କଡରେ ଗୁପ୍‌ଚୁପ୍‌ ପ୍ରସ୍ତୁତ କରି ସାଥୀ ଖେଳାଳି ରୁଦ୍ର ପ୍ରତାପ ସିଂ ଏବଂ ପିୟୁଷ ଚାଓ୍ବାଲାଙ୍କୁ ପରଷୁଥିବା ଦେଖାଯାଇଛି। ଜଣେ ୟୁଜର ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଶେୟାର କରିଛନ୍ତି। ମାଳଦ୍ୱୀପରେ ଏହି ଭିଡିଓଟି ଶୁଟ୍‌ କରାଯାଇଛି। ଗତ କିଛିଦିନ ତଳେ ମାଳଦ୍ୱୀପରେ ବନ୍ଧୁଙ୍କ ସହ ଭଲିବଲ୍‌ ଖେଳୁଥିବାର ଦେଖାଯାଇଥିଲା।
ସୂଚନାଯୋଗ୍ୟ, ୨୦୧୯ ବିଶ୍ୱକପ ପରେ ଧୋନୀ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ କେବେ କ୍ରିକେଟକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି।

Related posts

ଓଡ଼ିଆ ଅନ୍ତର୍ଜାତୀୟ ମହିଳା କ୍ରିକେଟର କରୋନାରେ ଆକ୍ରାନ୍ତ

Odisha Sports Bureau

ଘୋଷଣା ହେଲା ଦକ୍ଷିଣ ଆଫ୍ରିକାର ଦିନିକିଆ ଦଳ

Odisha Sports Bureau

ରାମେଶ୍ବର କପ କନିଷ୍ଠ କ୍ରିକେଟ୍, ଏମ୍ସିସିକୁ ପରାସ୍ତ କରି ସହିଦ ସ୍ପୋର୍ଟିଂ ବିଜୟୀ

Odisha Sports Bureau