Cricket

ନ୍ୟୁଜିଲ୍ୟାଣ୍ଡରେ ପୁରୁଷ ଦଳ ଭଳି ଭାରତୀୟ ମହିଳା ଦଳର ଶୋଚନୀୟ ପରାସ୍ତ

(ଓଡିଶା ସ୍ପୋର୍ଟ): ପୁରୁଷଙ୍କ ଭଳି ଭାରତୀୟ ମହିଳା ଦଳ ମଧ୍ୟ ଘରୋଇ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳଠାରୁ ପ୍ରଥମ ଟି-୨୦ ମ୍ୟାଚରେ ପରାସ୍ତ ହୋଇଛି। ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ଦେଇଥିବା ୧୬୦ ରନ୍ ଟାର୍ଗେଟର ପିଛା କରୁଥିବା ହରମନପ୍ରୀତ କୌରଙ୍କ ଭାରତୀୟ ମହିଳା ଦଳ ମାତ୍ର ୧୩୬ ରନ୍ରେ ଅଲଆଉଟ ହୋଇଯାଇଛି। ଫଳରେ ନ୍ୟୁଜିଲ୍ୟାଣ୍ଡ ମହିଳା ପ୍ରଥମ ଟି-୨୦କୁ ୨୩ ରନରେ ଜିତି ନେଇଛି। ଏହି ବିଜୟ ସହ ଘରୋଇ ଟିମ ୩ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ମଧ୍ୟ ହୋଇଯାଇଛି।

ୱେଲିଙ୍ଗଟନ୍ର ରିଜନାଲ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ଓପନର ସୋଫେଇ ଡିଭାଇନ୍ଙ୍କ ୬୨ ଓ ଅଧିନାୟକ ଆମି ସାଥେରୱେଟଙ୍କ ୩୩ ରନ୍କୁ ଆଧାର କରି ନିର୍ଦ୍ଧାରିତ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୫୯ ରନ କରିଥିଲା।
୧୬୦ ରନର ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ଶେଷରେ ପୂରା ଟିମ୍ ୧୯.୧ ଓଭର୍ରେ ୧୩୬ ରନ୍ରେ ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ଅଭିଜ୍ଞ ମିତାଲି ରାଜ ଖେଳୁ ନଥିଲେ।

Related posts

୧୫,୩୦୦ କୋଟି ଟଙ୍କା ବିନିମୟରେ ବିକ୍ରିହେଲା ରାଜସ୍ଥାନ ରୟାଲ୍ସ

Odisha Sports Bureau

ସଚିନକୁ ମନେ ପକାଇଲେ ହରବଜନ

Odisha Sports Bureau

ଏମସିଏ ଷ୍ଟାଡିୟମରେ କୋହଲି ହେଉଛନ୍ତି ବିରାଟ ଖେଳାଳି

Odisha Sports Bureau