Cricket

ସଚିନକୁ ମନେ ପକାଇଲେ ହରବଜନ

ସଚିନକୁ କିଛି ଦିନ ଆଗରୁ ୫୦ ବର୍ଷ ପୂରିଛି । ସଚିନ ଜଣେ ଦ୍ଦିଗଜ ଖେଳାଳୀ ତାଙ୍କ ସହ ଖେଳିବାର ସୁଯୋଗ ଜାହାକୁ ମିଳିଛି ସେମାନେ ବହୁତ ଭାଗ୍ୟବାନ । ବହୁ ଖେଳାଳୀ ତାଙ୍କ ସହ କିମ୍ବା କାଙ୍କ ବିପକ୍ଷରେ ଖେଳିବାର ସୁଯୋଗ ମିଳିଛି । ହରବଜନ କହିଛନ୍ତି ଦ୍ଦିଗଜ ଖୋଳାଳୀଙ୍କ ସହ ଯେତେବେଳେ ମୁଁ ଡ୍ରେସିଂଙ୍ଗ ରୁମ ସେୟାର କରୁଥିଲି ସେତେବେଳେ ୧୦୦ ଟି ଆନ୍ତର୍ଜାତୀୟ ଖେଳି ସାରିଥିଲେ । ମୁଁ ଦଳରେ ମନୋନୀତ ହୋଇଥିଲି ସେତେବେଳେ ପ୍ରାକ୍ଟିସ କରିବାପାଇଁ ସଚିନକୁ ବେଲିଂ କରିବାର ସୁଯୋଗ ପାଇଥିଲି । ସେହି ସମୟରେ ଏକ ଘଟଣା ଘଟିଥିଲା ଯେଉଁଠାରେ ମୁଁ ଅନୁଭବ କଲି ଯେ ସେ ମୋତେ ମୁଣ୍ଡ ନୁଆଁଇ ଡାକିଲେ। ତେଣୁ ମୁଁ ଉପରକୁ ଯାଇ ତାଙ୍କୁ ପଚାରିଲି ‘ହାନଜୀ ପାଜି? ଆପନେ ବୁଲାୟା’? ବର୍ତ୍ତମାନ ସଚିନ, ଯେତେବେଳେ ସେ ବ୍ୟାଟିଂ କରୁଛନ୍ତି ସେତେବେଳେ ସେ କାହା ସହ କଥାବାର୍ତ୍ତା କରନ୍ତିନି ସେ ସବୁବେଳେ ନିଜ ଜୋନରେ ଥାଇ ମତେ ନା କହିଲେ । କିଛି ମିନିିଟ୍ ପରେ ମୁଁ ପୁଣି ତାଙ୍କ ପାଖକୁଗଲି ମତେ ଯିବାର ଦେଖି ତାଙ୍କ ଅଭ୍ୟାସରେ ବାଧା ପ୍ରାପ୍ତ ହେଉଥିଲା ତେଣୁ ସେ ବିରକ୍ତି ଭାବ ପ୍ରକାଶ କରିଥିଲେ ମତେ ପଚାରି ଥିଲେ ଯେ କଣ ହେଲା ବାରମ୍ବାର କଣ ପାଇଁ ଆସୁଛ? ମୁଁ ଯଥେଷ୍ଟ ସାହସର ସହ ତାଙ୍କୁ କହିଥିଲି ଆପଣ ପ୍ରତ୍ୟେକ ବଲ ପରେ ମୁଣ୍ଡ ନୁଆଉ ଥିଲେ ମତେ ଅନୁଭବ ହେଲା ଯେମିତି ଆପଣ ମତେ ଡାକୁଛନ୍ତି ।
ଏହି କଥା କହିବା ପରେ ହରବଜନ ହସିଥିଲେ ଓ ଏହା ପଛର କାହାଣୀ କହିଥିଲେ ଯେ ସଚିନଙ୍କ ହେଳମେଟ ଡିଲା ଥିଲା ତେଣୁ ମୁଣ୍ଡ ନଆଇ ଖେଳୁଥିବା ବେଳେ ଏପରି ଲାଗୁଥିଲା ଯେମିତି ମୋତେ ଡାକୁଛନ୍ତି ।

Related posts

ମ୍ୟାଚ୍ ପରେ ପରାଜୟର କାରଣ ବଖାଣିଲେ ଶ୍ରେୟସ ଆୟର

୨୦୨୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କିକ୍ରେଟ

Odisha Sports Bureau

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଭାରତ

Odisha Sports Bureau