Cricket

ପତ୍ନୀ,ଝିଅ,ସାଥି ଖେଳାଳିଙ୍କ ସହ ଜନ୍ମଦିନ ପାଳିଲେ ମାହି

(ଓଡିଶା ସ୍ପୋର୍ଟ): ଆଜି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ୩୮ ବର୍ଷରେ ପାଦ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ବିଜୟ ପରେ ଧୋନି ନିଜର ଜନ୍ମଦିନକୁ ପରିବାର ଓ ବନ୍ଧୁଙ୍କ ସହ ଲିଡ୍ସରେ ପାଳନ କରିଥିଲେ। ଧୋନି ସମୟ ବାହାର କରି ନିଜ ପତ୍ନୀ ସାକ୍ଷୀ ଓ ଝିଅ ଜିଭା ଏବଂ ସାଥୀ ଖେଳାଳିଙ୍କ ସହ ଜନ୍ମଦିନ ମନାଇଥିଲେ।
ଜନ୍ମଦିନର ଫଟୋ ଧୋନି ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁରେ କେକ୍ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଫଟୋ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଇନଷ୍ଟଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଫଟୋ ହାର୍ଦ୍ଦିକ ଓ ଧୋନି ଏକାଠି ବ୍ୟାଟିଂ କରିବା ଷ୍ଟାଇଲରେ ଛିଡ଼ା ହୋଇଛନ୍ତି।
ହାର୍ଦ୍ଦିକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ହାପି ବାର୍ଥ ଡେ’ ମାହି ଭାଇ। ପ୍ରତିଦିନ ଆପଣଙ୍କ ସହ ସମୟ ବିତାଇବା ଦ୍ୱାରା ଆମକୁ ବହୁତ କିଛି ଶିଖିବା ସହ ଆଗକୁ ବଢ଼ିବାର ପ୍ରେରଣା ଯୋଗାଉଛି। ମୋ ଜୀବନର ସବୁଠାରୁ ବଡ଼ ରୋଲ୍ ମଡେଲ୍ ହୋଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।
ସେହିପରି କେଦାର ଯାଦବ ମଧ୍ୟ ଏକ ଫଟେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବର୍ଥଡେ’ ବୟ ଧୋନିଙ୍କ ପରିବାର, ହାର୍ଦ୍ଦିକ ମଧ୍ୟ ଅଛନ୍ତି।

Related posts

୧୫ରେ ଭାରତରେ ହେବ ଭାରତ-ପାକିସ୍ଥାନ ମହା ମୁକାବିଲା

ଟେଷ୍ଟ୍ ର଼୍ୟାଙ୍କିଙ୍ଗରେ ଜାଡେଜା ପୁଣି ଅଲରାଉଣ୍ଡର, ଫ୍ୟାନ୍ସଙ୍କୁ ନିରାଶ କଲେ ବିରାଟ

Odisha Sports Bureau

ଭାରତର ବଡ଼ ବିଜୟ, ଅନେକ ପ୍ରଚେଷ୍ଟା ପରେ ବି ଜିତିପାରିଲାନି ବାଂଲାଦେଶ

Odisha Sports Bureau