Cricket

୧୫ରେ ଭାରତରେ ହେବ ଭାରତ-ପାକିସ୍ଥାନ ମହା ମୁକାବିଲା

ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩। ଭାରତ ଆୟୋଜନ କରିବାକୁ ଯାଉଥିବା ଚଳିତ ବର୍ଷର ୫୦ ଓଭରିଆ ପୁରୁଷ ବିଶ୍ବକପ୍ ପାଇଁ ପୂର୍ଣ୍ଣାଙ୍ଗ ସୂଚୀ ଘୋଷଣା ହୋଇନି। ମୁଖ୍ୟତଃ ସମସ୍ତ ଦଳଗୁଡ଼ିକର ଅନୁମୋଦନ ପରେ ଚଳିତ ଆଇପିଏଲ୍ ଶେଷ ବେଳକୁ ବିସିସିଆଇ ପକ୍ଷରୁ ସୂଚୀ ପ୍ରକାଶ ପାଇପାରେ ବୋଲି ଜଣାପଡ଼ିଛି। ତଥାପି ଆୟୋଜକ ଭାବେ ବିସିସିଆଇ ତାରିଖ ଓ ଭେନ୍ୟୁର ଚୂଡାନ୍ତ ନିଷ୍ପତ୍ତି ନେବ। କିନ୍ତୁ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି, ଆୟୋଜକ ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ରହିବ। ଉଭୟ ଦଳ ଚେନ୍ନାଇରେ ମୁହାଁମୁହିଁ ହେବେ। ସେହିପରି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଭାରତର ମୁକାବିଲା ଅକ୍ଟୋବର ୧୫ ତାରିଖରେ ଖେଳାଯାଇପାରେ। ତେବେ ବିଶ୍ବକପ୍ର ଉଦ୍ଘାଟନୀ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଅହମଦାବାଦରେ ଅକ୍ଟୋବର ୫ ତାରିଖରେ ଖେଳାଯାଇପାରେ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି। ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ରେ ଖେଳାଯିବ।


ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନ ଦଳ ମଧ୍ୟ ଭାଗ ନେବାକୁ ଯାଉଛି। ଅକ୍ଟୋବର ୫ରେ ବିଶ୍ବକପ ଆରମ୍ଭ ହେବା ପରେ ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଥିବା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ବିଶ୍ବକପର ପ୍ରଥମ ଓ ଶେଷ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବୋଲି କୁହାଯାଉଛି। ଏହି ବିଶ୍ବକପରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ ପାଞ୍ଚ ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ବୋଲି ଜଣାପଡ଼ିଛି।

ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ନଭେମ୍ବର ୧୯ ତାରିଖ ଦିନ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଯଦି ତାଙ୍କ ଦଳ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୁଏ ତାହାଲେ ଅହମଦାବାଦରେ ଫାଇନାଲ୍ ଖେଳିବାକୁ ପାକିସ୍ତାନ ରାଜି ବୋଲି ପିସିବି କହିଛି। ତେଣୁ ପ୍ରାଥମିକ ସୂଚୀ ଅନୁଯାୟୀ ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ପାକିସ୍ତାନ ମ୍ୟାଚ୍ ଖେଳିପାରେ। ବିଶେଷକରି ବିସିସିଆଇ ଦକ୍ଷିଣାଞ୍ଚଳରେ ପାକିସ୍ତାନର ମ୍ୟାଚ୍ ସବୁ କରିବାର ନିଷ୍ପତ୍ତି ନେଇଛି। ଅହମଦାବାଦ ଓ ୩ ଦକ୍ଷିଣାଞ୍ଚଳ କେନ୍ଦ୍ର ବ୍ୟତୀତ କୋଲ୍କାତା, ଦିଲ୍ଲୀ, ଇନ୍ଦୋର, ଧର୍ମଶାଳା, ଗୌହାଟୀ, ରାଜକୋଟ, ରାୟପୁର ଏବଂ ମୁମ୍ବାଇକୁ ମଧ୍ୟ ବିଶ୍ବକପ୍ ଭେନ୍ୟୁ ତାଲିକାରେ ରଖିଛି ବିସିସିଆଇ। ଫଳରେ ମୋହାଲି ଏବଂ ନାଗପୁର ଏହି ତାଲିକାରୁ ବାଦ୍ ପଡ଼ିଛି। ମୁମ୍ବାଇର ୱାଙ୍ଖ୍ଡେ ସମ୍ଭବତଃ ସେମିଫାଇନାଲ ମ୍ୟାଚ୍ ଆୟୋଜନ ଅଧିକାର ପାଇବ।
ଆଗାମୀ ବିଶ୍ବକପ୍ରେ ମୋଟ ୧୦ ଦଳ ଭାଗ ନେଉଥିଲା ବେଳେ ୪୮ ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଦଳ ୯ ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ। ଏପର୍ୟ୍ୟନ୍ତ ଆୟୋଜକ ଭାରତ ସହିତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫ୍ଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ଯୋଗ୍ୟତା ହାସଲ କରିସାରିଛନ୍ତି। ଅବଶିଷ୍ଟ ୨ ସ୍ଥାନ ଲାଗି ୯ ଦଳ ଯୋଗ୍ୟତାପର୍ୟ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ଯୋଗ୍ୟତାପର୍ୟ୍ୟାୟ ଜୁନ୍-ଜୁଲାଇରେ ଜିମ୍ବାୱେରେ ଆୟୋଜିତ ହେବ। ଦୁଇ ପୂର୍ବତନ ବିଜେତା

 

Related posts

କୋହଲିଙ୍କ ଫିଟନେସ ତାଙ୍କୁ ୧୦୦ ଶତକ ଆଣିଦେବ: ଆଝାର

Odisha Sports Bureau

ପଏଣ୍ଟ ଟେବୁଲରେ ୬ ନମ୍ବରରେ ଅଛି ଚେନ୍ନାଇ

Odisha Sports Bureau

ବିସିସିଆଇ ସଭାପତି ପଦରୁ ଇସ୍ତଫା ଗୁଜବକୁ ଖଣ୍ତନ କଲେ ସୌରଭ ଗାଙ୍ଗୁଲି

Odisha Sports Bureau