Tennis

ପରବର୍ତ୍ତି ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ନୋଭାକ ଜୋକୋଭିଚ ଏବଂ ଓସାକା

(ଓଡିଶା ସ୍ପୋର୍ଟସ): ଗତ ଚମ୍ପିଆନ ନାଓମି ଓସାକା ଚୀନର ଝେଙ୍ଗ୍ ସେଇସେଇଙ୍କୁ ୬-୨, ୬-୪ରେ ପରାସ୍ତ କରି ଅଷ୍ଟ୍ରେଲିଆ ଓପନ ମହିଳା ଏକକ ବର୍ଗରେ ତୃତୀୟ ପର୍ଯ୍ୟାୟ  ପ୍ରବେଶ କରିନେଇଚନ୍ତି । ଏବେ ତାଙ୍କର ସାମ୍ନା ୧୫ ବର୍ଷିୟ କୋକୋ ଗାଁଙ୍କ ସହିତ ହେବ, ଯେତେବେଳେ କି ନୋଭାକ ଜୋକୋଭିଚ ନିଜର ମୁକାବିଲା ଅତି ସହଜରେ ଜିତି ନେଇଛନ୍ତି । କୋକୋ ଅନୁଭବି ସୋରାନା କ୍ରିଷ୍ଟୋଙ୍କୁ ୪-୬, ୬-୩, ୭-୫ରେ ପରାସ୍ତ କରିଛନ୍ତି । ସେ ଗତ ବର୍ଷ ୱିବଲଣ୍ଡନରେ ସାତ ଥର ଗ୍ରାଣ୍ଡସ୍ଲାମ୍ ଚମ୍ପୀଆନ ଭିନସ୍ ୱିଲିୟମ୍ସ୍୍ଙ୍କୂ ପରାସ୍ତ କରିସାରିଛନ୍ତି । ସେହିପରି ୨୦୧୯ର ଉପ ବିଜେତା ପେତ୍ରା କ୍ୱିତୋବା ପାଉଲା ବାଡୋସାଙ୍କୁ ୭-୫, ୭-୫ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିନେଇଛନ୍ତି । ବିଶ୍ୱର ପୂର୍ବ ନଂ୧ ଖେଳାଳି କେରୋଲିନା ଭୋଜ୍ନିୟାକି ୟୁକ୍ରେନର ଡାୟନା ୟାଷ୍ଟ୍ରେମସ୍କାଙ୍କୁ ୭-୫, ୭-୫ରେ ପରାସ୍ତ କରିଛନ୍ତି । ବିଶ୍ୱର ନଂ୧ ଖେଳାଳି ଅଷ୍ଟ୍ରେଲିଆର ଏଲେକ୍ସ୍ ବାର୍ଟି ପୋଲୋନା ହର୍କିଙ୍ଗ୍ ଙ୍କୁ ୬-୧, ୬-୪ରେ ପରାସ୍ତ କରିଛନ୍ତି । ପୁରୁଷ ବର୍ଗରେ ଜୋକୋଭୀଚ୍ ଜାପାନର ୱାଇଲ୍ଡକାର୍ଡ ଧାରୀ ତତ୍ସୁମା ଇତୋଙ୍କୁ ୬-୧, ୬-୪, ୬-୨ରେ ମାତ ଦେଇଛନ୍ତି । ସୋମବାରଦୀନ ବର୍ଷା କାରଣରୁ ଅନେକ ମ୍ୟାଚ ନିଲମ୍ବିତ ହେବା କାରଣରୁ ମଙ୍ଗଳବାର ଦିନ ମହିଳା ଏକକ ବର୍ଗର ପ୍ରଥମ ପର୍ଯ୍ୟାୟରେ ଆଠଟି ମ୍ୟାଚ ହୋଇପାରିଲା ନାହିଁ । ସୋଫିଆ କେନିନ, ଏଲିସନ ରିସ୍କେ, ଏକାତେରିନା ଅଲେକଜ୍ୟାଣ୍ଡ୍ରାଭା ଏବଂ ଜୁଲିଆ ଜାର୍ଜେସ୍ ମଧ୍ୟ ପରବର୍ତ୍ତି ପର୍ଯ୍ୟାୟରେ ପହଞ୍ଚିଯାଇଛନ୍ତି । ଜୁଲିଆ ପେଟ୍ରା ମାର୍ଟିଚଙ୍କୁ ୪-୬, ୬-୩, ୭-୫ରେ ମାତ ଦେଇଥିଲା । ପ୍ରଥମ ପର୍ଯ୍ୟାୟର ମ୍ୟାଚରେ ଏରିନା ସବାଲେଙ୍କାଙ୍କୁ ୭-୬, ୭-୬ରେ ପରାସ୍ତ କରିଥିଲେ । ସେପଟେ ଟେଲର ଆମେରିକାର ଜେସିକା ପେଗୁଲାଙ୍କୁ ୬-୪, ୭-୬ରେ ମାତ ଦେଇଛନ୍ତି ।

Related posts

୬୬ ମିନିଟରେ ମ୍ୟାଚ୍ ଜିତିଲେ ଜୋନାସ୍

Odisha Sports Bureau

ଅଷ୍ଟ୍ରେଲିୟାର ବାର୍ଡି ହାସଲକଲେ ଡବ୍ଲୁୟଟିଏ ଫାଇନାଲ୍ସ ମାନ୍ୟତା

Odisha Sports Bureau

ସରିଲା ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର

Odisha Sports Bureau