Shooting

ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ମନୁ–ସୌରଭଙ୍କ ବିଶ୍ୱ ରେକର୍ଡ

(ଓଡିଶା ସ୍ପୋର୍ଟ): ତାଇପେଇରେ ଚାଲିଥିବା ଦ୍ୱାଦଶ ଏସିଆନ ଏୟାର ଗନ ଚାମ୍ପିଅନଶିପରେ ଭାରତୀୟ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।୧୦ମିଟରଏୟାରପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର କ୍ୱାଲିଫିକେସନରେ ସ୍ୱର୍ଣ୍ଣ ପଦକ ଜିତି ଏହି ସଫଳତା ଲାଭ କରିଛନ୍ତି ।

ଏହି ଯୋଡ଼ି ପୂର୍ବରୁ ଦିଲ୍ଲୀରେ ଆୟୋଜିତ ଆଇଏସଏସଏଫ ବିଶ୍ୱ କପର ଏହି ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।୧୭ବର୍ଷୀୟା ମନୁ ଓ ୧୬ ବର୍ଷୀୟ ସୌରଭ କ୍ୱାଲିଫିକେସନରେ ୭୮୪ ପଏଣ୍ଟ ହାସଲ କରି ପାଞ୍ଚବର୍ଷ ତଳେ ରୁଷର ଭିଟାଲିନାବାତସାରାଶକିନା ଓ ଆର୍ଟେମଚେର୍ନୋସୋଭଙ୍କ ଦ୍ୱାରା କରାଯାଇଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଏହି ଭାରତୀୟ ଯୋଡ଼ି ପାଞ୍ଚ ଟିମ ବିଶିଷ୍ଟ ଫାଇନାଲରେ୪୮୪.୮ପଏଣ୍ଟ ସହ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି।କୋରିଆର ହ୍ୱାଙ୍ଗସିୟୋନଗୁନନ ଓକିମ୍ମୋଜଙ୍କ ଯୋଡ଼ି ୪୮୧.୧ ପଏଣ୍ଟ ସହ ରୌପ୍ୟ ଏବଂ ତାଇପେଇର ଉଚିଆୟିଙ୍ଗ ଓ କୌକୁଆନ- ତିଙ୍ଗ୪୧୩.୩ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ଯୋଡ଼ି ଅନୁରାଧା ଓ ଅଭିଷେକ ବର୍ମା ଫାଇନାଲରେପହଞ୍ଚିଥିଲେ। ଦୁହେଁ ୩୭୨.୧ସ୍କୋର ସହ ଚତୁର୍ଥ ସ୍ଥାନରେ ରହିଥିଲେ।

Related posts

ଏୟାର ରାଇଫଲ ଚାମ୍ପିଆନସିପରେ ଏଲେଭେନିଲଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Odisha Sports Bureau