Cricket

ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ନେଇ ବିସିସିଆଇକୁ ପ୍ରସ୍ତାବ

(ଓଡ଼ିଶା ସ୍ପୋର୍ଡ଼ସ ): ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯିବା ଲାଗି କିଙ୍ଗ୍ସ ଏକାଦଶ ପଞ୍ଜାବ ସହ ମାଲିକ ନେସ ଓ୍ବାଡିଆ ଲିଖିତ ଭାବେ ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି। ସାଧାରଣତଃ ଜାତୀୟ ସଙ୍ଗୀତ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଗାନ କରାଯାଏ। ବିଶ୍ୱର ନମ୍ବର ଓ୍ବାନ କ୍ରିକେଟ ଲିଗ୍‌ରେ ଏହି ବ୍ୟବସ୍ଥା କରାଯିବା ଦରକାର ବୋଲି ଓ୍ବାଡିଆ ଯୁକ୍ତି ବାଢ଼ିଛନ୍ତି। ଏଥିସହ ବିସିସିଆଇ ବ୍ୟୟବହୁଳ ଆଇପିଏଲ ଉଦ୍‌ଘାଟନୀ ଉତ୍ସବକୁ ବନ୍ଦ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ଆୟୋଜନ ନ କରାଯିବା ଏକ ଭଲ ପଦକ୍ଷେପ। ଆବଶ୍ୟକତା ନ ଥାଇ ମଧ୍ୟ ଏଥିରେ ଅତ୍ୟଧିକ ଖର୍ଚ୍ଚ କରାଯାଉଛି। ଏ ସମ୍ପର୍କରେ ମୁଁ ପୂର୍ବରୁ ମଧ୍ୟ ବିସିସିଆଇକୁ ପତ୍ର ଲେଖିଥିଲି। ଏବେ ମୁଁ ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଲେଖିଛି ବୋଲି ଓ୍ବାଡିଆ କହିଛନ୍ତି। ଜାତୀୟ ସଙ୍ଗୀତ ଇଣ୍ଡିଆନ ସୁପର ଲିଗ୍‌ ଓ ପ୍ରୋ କବାଡି ଲିଗ୍‌ରେ ମଧ୍ୟ ଗାନ କରାଯାଉଛି। ଚଳିତ ସପ୍ତାହରେ ଆଇପିଏଲ ଗଭର୍ନିଂ କରିଷଦ ବୈଠକରେ ବହୁ ଫ୍ରାଞ୍ଚାଇଜ ବିଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଲାଗି ଇଚ୍ଛା ପ୍ରକଟ କରିଥିଲେ। ତେବେ ଏଥିନେଇ ଆଇସିସିର ଭବିଷ୍ୟତ କାର୍ୟ୍ୟସୂଚୀ (ଏଫ୍‌ଟିପି)କୁ ବିସ୍ତୃତ ଭାବେ ପରଖିବାକୁ ପଡ଼ିବ। ଏ ବିଷୟରେ ଓ୍ବାଡିଆ କହିଛନ୍ତି, ଆଇପିଏଲ ବିଶ୍ୱର ସବୁଠୁ ଲୋକପ୍ରିୟ ଲିଗ୍‌। ଏହାର କଳେବର ବୃଦ୍ଧି ଦ୍ୱାରା ଆଇପିଏଲର ସମସ୍ତ ଅଂଶୀଦାରଙ୍କ ଲାଭାଂଶ ପରିମାଣ ବୃଦ୍ଧି ପାଇବ। ଦେଖିବାକୁ ଗଲେ, ବିଶ୍ୱର ବିଭିନ୍ନ ଫୁଟବଲ ଲିଗ୍‌ ସିଜନ ଆରମ୍ଭ ହେବା ପୂର୍ବରୁ ବିଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଥାନ୍ତି। ଏହା ଆଇପିଏଲର ଲୋକପ୍ରିୟତା ଓ ମର୍ୟ୍ୟାଦା ବୃଦ୍ଧି କରିବ। ବିସିସିଆଇ ଏହାକୁ ଗୁରୁତ୍ୱ ଦେବା ଦରକାର।

Related posts

ସଚିନଙ୍କୁ ୫୦ ବର୍ଷ

Odisha Sports Bureau

ଅଲରାଉଣ୍ଡର ଜାଡେଜାଙ୍କ ନୂଆ ଟାଲେଣ୍ଟ; ଆମେରିକାରେ ଗଳିରେ କରୁଛନ୍ତି ଡ୍ୟାନ୍ସ

Odisha Sports Bureau

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

Odisha Sports Bureau