Cricket

ପ୍ରଥମଥର ପାଇଁ ଏକାଠି ଖେଳିଲେ ଚହର ବ୍ରଦର

(ଓଡିଶାସ୍ପୋର୍ଟସ): ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ୭ ୱିକେଟ ବିଜୟ ହାସଲ କରିଛି । ଏହି ଅଧିନାୟକ ବିରାଟ କୋହିଲ ଓ ୱିକେଟ ରକ୍ଷକ ରିଷଭ ପନ୍ତ ଦମଦାର ଅର୍ଦ୍ଧଶତକ ହାସଲ କରିଥିବାବେଳେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳୁଥିବା ଦୀପକ ଚହର ଘାତକ ବୋଲିଂ କରି ୩ ଓଭରରେ ୪ରନ ୩ଟି ୱିକେଟ ହାସଲ କରିଥିଲେ । ଦମଦାର ବୋଲି ପାଇଁ ପ୍ଲୋୟାର ଅଫ ଦି ମ୍ୟାଚ ମଧ୍ୟ ହୋଇଥିଲେ ଦୀପକ ।
ପ୍ରଥମ ଦୁଇଟି ମ୍ୟାଚରେ ଦୀପକ ଚହରଙ୍କୁ ଖେଳିବା ପାଇଁ ସୁଯୋଗ ମିଳିନଥିଲା କିନ୍ତୁ କୋହଲି ତାଙ୍କୁ ଅନ୍ତିମ ମ୍ୟାଚରେ ସୁଯୋଗ ଦେଇଥିଲେ ଏବଂ ଦୀପକ ଚହର ନିଜ ଆନ୍ତର୍ଜାତୀୟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚରେ ଦୀପକ ଚହରଙ୍କ ଭାଇ ରାହୁଲ ଚହର ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ । ଆଇପିଏଲରେ ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ୨୦ ବର୍ଷର ରାହୁଲ ଏହି ମ୍ୟାଚରେ ନିଜ କ୍ୟାରିୟରର ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ୱିକେଟ ମଧ୍ୟ ହାସଲ କରିଥିଲେ । ୱେଷ୍ଟଇଣ୍ଡିଜର ଅଧିନାୟକ କାର୍ଲୋସ୍ ବ୍ରେଥୱେଟଙ୍କୁ ରାହୁଲ ଆଉଟ କରି ପାଭିଲିୟନ ପଠାଇଥିଲେ ।
ଏହି ମ୍ୟାଚରେ ପ୍ରଥମ ଥର ପାଇଁ ଚହର ବ୍ରଦର ଏକାଠି ଖେଳିଥିଲେ । ଭାରତୀୟ ଦଳ ପାଇଁ ଦୁଇ ଭାଇ ଏକାଠି ଖେଳିବାରେ ଚହର ଭ୍ରାତା ହେଉଛନ୍ତି ଚତୁର୍ଥ ଯୋଡି । ଏହା ପୂର୍ବରୁ ଅମରନାଥ ଭ୍ରାତା(ସୁରିନ୍ଦର ଅମରନାଥ ଓ ମୋହିନ୍ଦର ଅମରନାଥ), ପଠାନ ଭ୍ରାତା(ଇରଫାନ୍ ପଠାନ ଓ ୟୁସୁଫ ପଠାନ) ଓ ପାଣ୍ଡ୍ୟା ଭ୍ରାତା(ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ୍ ପାଣ୍ଡ୍ୟା) ଭାରତୀୟ ଦଳରେ ଖେଳିସାରିଛନ୍ତି ।

Related posts

ଆସିଲା ଆଇସିସିର ନୂଆ ଅପଡେଟ

Odisha Sports Bureau

ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତ ୫୯ ରନରେ ବିଜୟୀ: ୱେଷ୍ଟଇଣ୍ଡିଜ୍‌କୁ ହରାଇ ସିରିଜ୍ କବ୍‌ଜା କଲା ଭାରତ

Odisha Sports Bureau

ଜସପ୍ରିତ ବୁମରାହଙ୍କୁ ହଠାତ୍ ଟିମ୍ ଇଣ୍ଡିଆରୁ କାହିଁକି ବାହାର କରାଗଲା? ବିସିସିଆଇ ଏହି ରହସ୍ୟ ଉପରେ ସ୍ପଷ୍ଟ କରିଛି।

Odisha Sports Bureau