Cricket

ପ୍ରଥମ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ସ୍ମାରକି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପୁରୀ:  ବ୍ରହ୍ମଗିରୀ ବ୍ଲକ ଏ.ଡି କଲେଜ୍ ପଡିଆରେ ଆୟୋଜିତ ବ୍ଲକ ସ୍ତରିୟ ପ୍ରଥମ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ସ୍ମାରକି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ମ୍ୟାଚ ଆୟୋଜିତ ହୋଇଜାଇଛି।  ଏହି  ମ୍ୟାଚରେ ବ୍ରହ୍ମଗିରି ବ୍ଲକର ୧୬ ଟି ଟିମ ଅଂଶଗ୍ରହଣ କରିଥିଲେ। ୧୩ ଦିନ ଧରି ଆୟୋଜିତ ଏହି କ୍ରିକେଟ ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚରେ ରେବଣା ପଞ୍ଚାୟତ କୁ ଭେଟିଥିଲା ବେଣ୍ଟପୁର ପଞ୍ଚାୟତ। ଟସ୍ ଜିତି ପ୍ରଥମେ ରେବଣା ପଞ୍ଚାୟତ୨୦ ଓଭର ବିନିମୟରେ ୨୦୫ ରନ କରିଥିବା ବେଳେ ବେଣ୍ଟପୁର ପଞ୍ଚାୟତ ୯ଟି ଓ୍ବିକେଟ ହରାଇ ୨୦୦ରନ କରିବାରେ ସକ୍ଷମ ହୋଇଥିଲା, ତେବେ ଏହି ମ୍ୟାଚକୁ ୫ରନ ବ୍ୟାବଧାନରେ ବିଜୟ ହାସଲ କରିନେଇଥିଲା ରେବଣା ପଞ୍ଚାୟତ। ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଶୋର୍ଗତ ଲୁଲୁ ମହାପାତ୍ରଙ୍କ ସୁପୁତ୍ରି ଉପାସନା ମହାପାତ୍ର ମୁଖ୍ୟ ଅତିଥି ଭାବେ ଜୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ବିଜୟୀ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।ଏଥି ସହିତ ଲୁଲୁସେନା ଆନୁକୂଲ୍ୟରେ ଆୟୋଜିତ ଏହି ଟୁଣ୍ଣାମେଣ୍ଟରେ ମୁଖ୍ୟ ଅତିଥିଙ୍କ ସମେତ ବ୍ରହ୍ମଗିରୀ ବ୍ଲକର ଏକାଧିକ ଜନ ପ୍ରତିନିଧୀ ମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।

Related posts

ଫିଟ୍ ଅଛନ୍ତି ହାର୍ଦ୍ଦିକ କିନ୍ତୁ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ତାଙ୍କୁ ଖେଳିବାକୁ ପଡିବ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍

Odisha Sports Bureau

ଋଷବ ପନ୍ଥଙ୍କୁ ଧନ୍ୟବାଦ ଜଣାଇଲେ ଈଶାନ କିଷାନ, ବ୍ୟାଟ୍‌ରେ RP17 ଲେଖି କରିଥିଲେ ବ୍ୟାଟିଂ

ବିଧାୟିକାଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରିକେଟର ରିବିନ୍ଦ୍ର ଜାଡେଜା

Odisha Sports Bureau