Badminton

ପ୍ରମୋଦଙ୍କୁ ନବୀନଙ୍କ ପ୍ରଶଂସା

ଭୁବନେଶ୍ୱର: ଭାରତ କ୍ରୀଡା ଇତିହାସରେ ଇତହାସ ରଚିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତ ପାଇଁ ଗର୍ବ ଏବଂ ଗୌରବର ଏକ ମିଶାଲ ତିଆରି କରିଛନ୍ତି । ତେଣୁ ଏଥିପାଇଁ ଆଜି ସେ ଓଡିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିୟମରେ ପ୍ରମୋଦଙ୍କୁ ୬ କୋଟି ଟଙ୍କାର ପୁରଷ୍କାର ରାଶି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ତାଙ୍କୁ ଗୃପ ‘ଏ’ ସ୍ତରର ଏକ ସରକାରୀ ଚାକିରି ପାଇଁ ମଧ୍ୟ ପ୍ରମୋଦଙ୍କୁ ପ୍ରସ୍ତାବ ଦିଆଯାଇଛି ।
ପ୍ରମୋଦଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ତୁମର ଏହି ଅପୂର୍ବ ସଫଳତା ପାଇଁ ତୁମକୁ ସମ୍ମାନିତ କରି ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି । ତୁମ ବିଜୟ ସେହି କ୍ଷଣ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା ଏବଂ ସବୁଦିନ ପାଇଁ ରହିବ ମଧ୍ୟ । ଖେଳ ମଣିଷ ଜୀବନକୁ କିପରି ସଶକ୍ତ ଏବଂ ଉନ୍ନତ କରିପାରିବ, ତୁମେ ତାହାର ଏକ ଜ୍ୱଳନ୍ତ ଉଦାହରଣ । କ୍ରୀଡା ଜଗତରେ ଆଗାମୀ ଖେଳାଳୀ ଏବଂ ବିଶେଷ କରି ପାରା ଖେଳାଳୀମାନଙ୍କୁ ଆଗକୁ ବଢିବା ପାଇଁ ତୁମେ ଏକ ପ୍ରେରଣା ହୋଇ ରହିବ” ।
ଏହାପରେ ଅଲିମ୍ପିକ ଯାତ୍ରାରେ ନିରନ୍ତର ସମର୍ଥନ ଏବଂ ପ୍ରେରଣା ପାଇଁ ପ୍ରମୋଦ ଭଗତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସଭାରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ପ୍ରମୋସନ କାଉଁସିଲର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ ।

Related posts

ସାଇନା ଓ ସିନ୍ଧୁ ସିଙ୍ଗାପୁର ଓପନର ଦ୍ୱିତୀୟ ରାଉଣ୍ଡରେ

Odisha Sports Bureau

ବ୍ୟାଡମିଣ୍ଟନ ଖେଳକୁ ବାଏ ବାଏ କଲେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ଲି

Odisha Sports Bureau

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau