More Sports

ପ୍ରୋ କବାଡ୍ଡି: ହରିଆଣା ପାଟନାକୁ ୩୯-୩୪ରେ ପରାସ୍ତ କଲା

(ଓଡିଶା ସ୍ପୋର୍ଟସ): ଭିକାଶ କଣ୍ଡୋଲା(୧୩ ଅଙ୍କ)ଙ୍କ ଭଲ ପ୍ରଦର୍ଶନ ସହଯୋଗରେ ହରିଆଣା ଷ୍ଟିଲର୍ସ ସୋମବାର ଦିନ ସଭାଇ ମାନ ସିଂହ ଷ୍ଟାଡିୟମରେ ପ୍ରୋ କବାଡ୍ଡି ଲିଗ୍ (ପିକେଲ) ମ୍ୟାଚରେ ତିନିଥର ଚମ୍ପିଆନ ହୋଇଥିବା ପାଟନା ପାଇଲର୍ସକୁ ୩୯-୩୪ରେ ପରାସ୍ତ କରିଛି । ହରିଆଣା ଟିମ୍ ଏହି ବିଜୟ ସହିତ ତାଲିକାର ତୃତୀୟ ସ୍ଥାନରେ ନିଜର ସ୍ଥାନ ମଜଭୂତ କରିଛନ୍ତି । ଏହା ନାମରେ ୧୭ଟି ମ୍ୟାଚରେ ୫୯ ଅଙ୍କ ଅଟେ । ପାଟନା ଟିମ୍ ୧୮ ଟି ମ୍ୟାଚରୁ ୩୯ଅଙ୍କ ସହିତ ନବମ ସ୍ଥାନରେ ରହିଛି । ପାଟନା ପାଇଲର୍ସର ଷ୍ଟାର ଖେଳାଳୀ ପ୍ରଦୀପ ନାରୱାଲା ୧୭ରେଡ ଅଙ୍କ ସଂଗ୍ରହ କରିଥିଲେ କିନ୍ତୁ ଜଙ୍ଗ କୁନ ଲିଙ୍କ ବ୍ୟତିତ ତାଙ୍କୁ ଅନ୍ୟ କୌଣସି ଖେଳାଳୀଙ୍କ ସହାୟତା ମିଳି ନ ଥିଲା । ହାପ ଟାଇମିର ସମୟରେ ହରିଆଣାର ଟିମ ୧୭-୧୫ରେ ଆଗୁଆ ରହିଥିଲା । ମ୍ୟାଚ୍ ଶେଷ ହେବାର ତିନି ମିନିଟ୍ ପୁର୍ବରୁ ହରିଆଣା ପାଟନାକୁ ଅଲଆଉଟ କରି ନିଜର ଅଙ୍କ ତାଲିକା ୩୮-୨୯ଆଗକୁ ବଢାଇଥିଲା । ସେପଟେ ଦବଙ୍ଗ ଦିଲ୍ଲୀ ଏବଂ ବାଙ୍ଗଲୋର ବୁଲ୍ସର ମ୍ୟାଚ୍ ୩୯-୩୯ରେ ‘ଡ୍ର’ ରହିଛି ।

Related posts

ଡ଼ିସକସ ଥ୍ରୋ ,ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଲେ ପାର୍ବତୀ

Odisha Sports Bureau

ସ୍ୱପ୍ନରେ ରହିଗଲା ଅନ୍ନୁଙ୍କ ସ୍ୱପ୍ନ

Odisha Sports Bureau

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ

Odisha Sports Bureau