Cricket

ପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣର

ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣର ପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି । ଟିମ୍ ଇଣ୍ଡିଆ ବିପକ୍ଷ ସିରିଜରେ ଏହି ଦୁଇ କ୍ରିକେଟର ଖେଳି ପାରନ୍ତି । ସେମାନଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ ଖୁବ ଶୀଘ୍ର ଉଠିପାରେ । ଏନେଇ ଚିନ୍ତା କରୁଛି ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ୍ । ସେମାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ପ୍ଲେୟାର ୟୁନିଅନ୍ ଅଷ୍ଟ୍ରେଲିଆ କ୍ରିକେଟର ଆସୋସିଏସ୍ ନିକଟରେ ଦାବି କରିଛି ।

ଜରୁରିକାଳୀନ ଭାବରେ ବାସନ୍ଦାଦେଶ ଉଠାଇବାକୁ ଦାବି କରିଛି ପ୍ଲେୟାର ୟୁନିଅନ୍ । ଗତ କିଛି ମାସ ଭିତରେ ଅଷ୍ଟ୍ରେଲିଆ ଦିନିକିଆ ଓ ଟେଷ୍ଟରେ ପରାଜୟ ବରଣ ବି କରିଛି । ଇଂଲଣ୍ଡଠାରୁ ୫-୦ରେ ସିରିଜ ବି ହାରିଛି । ଗତ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକାରେ ଭାରତ ବିପକ୍ଷ ସିରିଜର ଗୋଟିଏ ମ୍ୟାଚରେ ବଲ୍ ଟାମ୍ପରିଂ ଅଭିଯୋଗରେ ଫସିଥିଲେ ଡେଭିଡ୍ ଓ୍ଵାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ୍ । ଧରାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ନେଇଥିଲା କ୍ରିକେଟ ଅଷ୍ଟ୍ରେଲିଆ । ବର୍ଷେ ପାଇଁ ସେମାନଙ୍କୁ ବାସନ୍ଦ କରିଥିଲା । ସେତେବେଳେ ଷ୍ଟିଭ୍ ସ୍ମିଥ ଅଷ୍ଟ୍ରେଲିଆର ଅଧିନାୟକ ଓ ଡେଭିଡ୍ ଓ୍ଵାର୍ଣ୍ଣର ଉପ-ଅଧିନାୟକ ଥିଲେ ।

Related posts

ବିବାଦରେ ପନ୍ତଙ୍କ ଗ୍ଲୋଭସ

Odisha Sports Bureau

ଟିମ୍ ଇଣ୍ଡିଆକୁ ଶାହିନ୍ ଆଫ୍ରିଦିଙ୍କ ଚେତାବନୀ; କହିଲେ ଏହା କେବଳ ଆରମ୍ଭ

Odisha Sports Bureau

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ମା ବାପା ହେବାକୁ ଯାଉଛନ୍ତି

Odisha Sports Bureau

Leave a Comment