Swimming

ଫ୍ରିଷ୍ଟାଇଲ ସନ୍ତରଣରେ ୪ଟି ନୂତନ ରାଷ୍ଟ୍ରୀୟ ରେକର୍ଡ

(ଓଡିଶାସ୍ପୋର୍ଟସ ):  କର୍ଣ୍ଣାଟକର ଯୁବ ସନ୍ତରଣକାରୀ ଶ୍ରୀହରୀ ନଟରାଜ ସିନିୟର ରାଷ୍ଟ୍ରୀୟ ସନ୍ତରଣ ଚମ୍ପିଆନସିପ୍ ପୁରୁଷ ବିଭାଗ ୧୦୦ ମିଟର ଫ୍ରୀଷ୍ଟାଇଲ ପର୍ଯ୍ୟାୟରେ ୫୦.୫୯ ସେକେଣ୍ଡର ସମୟ ନେଇ ଟ୍ରଫି ଜିତିବା ପରେ ୫୦ ମିଟର ବ୍ରେକଷ୍ଟ୍ରୋକ୍ ୨୫.୫୮ ସେକେଣ୍ଡରେ ନିଜର ରାଷ୍ଟ୍ରୀୟ ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମଙ୍ଗଳବାରଦିନ ୪ଟି ନୂତନ ରାଷ୍ଟ୍ରୀୟ ରେକର୍ଡ ହୋଇଥିଲା । ଦିଲ୍ଲୀର କୁଶାଗ୍ର ରାବତ ୮୦୦ ମିଟର ଫ୍ରିଷ୍ଟାଇଲ ବିଭାଗରେ ୮:୯.୪୭ ସେକେଣ୍ଡ ସହିତ ନୂତନ ରାଷ୍ଟ୍ରୀୟ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୦ ମିଟର ଫ୍ରିଷ୍ଟାଇଲ୍ ମହିଳା ବିଭାଗରେ ହରିଆଣାର ଶିବାନୀ କଟାରିୟା ୨:୦୫.୮୦ ସେକେଣ୍ଡରେ ସ୍ୱର୍ଣ୍ଣ ପଦକ ହାସଲ କରି ନିଜର ପୂର୍ବ ରେକର୍ଡରେ ପରିବର୍ତ୍ତନ ଆଣିଛନ୍ତି । ମିଶ୍ରିତ ଚାରିଗୁଣା ୫୦ ମିଟର ବିଭାଗରେ ମହାରାଷ୍ଟ୍ରର ମିହିର ଆମ୍ବ୍ରେ, କେନିଶା ଗେୁପ୍ତା, ବିରଧବଲ ଖାଡେ ଏବଂ ରୁତୁଜା ଖାଡେଙ୍କ ଟିମ୍ ୧:୩୯.୬୯ ସେକେଣ୍ଡରେ ରାଷ୍ଟ୍ରିୟ ରେକର୍ଡ ସହିତ ବିଜୟ ହାସଲ କରିଛନ୍ତି ।
ହରିଆଣାର ଦିବ୍ୟା ସଜିତା ଭୋପାଳରେ ଚାଲିଥିବା ସିନିୟର ରାଷ୍ଟ୍ରିୟ ସନ୍ତରଣ ଚମ୍ପିଆନସିପ୍ ୧୦୦ ମିଟର ବଟରଫ୍ଲାଇଙ୍ଗ ବିଭାଗରେ ୧:୦୪.୩୮ ସେକେଣ୍ଡ ସହିତ ବିଜୟ ହାସଲ କରି ନିଜର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ୨୦୦ ମିଟର ଫ୍ରିଷ୍ଟାଇଲ ବିଭାଗରେ ଶିବାନୀ କଟାରିଆ ୨:୦୫.୮୦ ସେକେଣ୍ଡରେ ରାଷ୍ଟ୍ରିୟ ରେକର୍ଡ ସହିତ ଚମ୍ପିଆନ ହୋଇଛନ୍ତି । ଦିବ୍ୟା ସେମବାର ଦିନ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ ବିଭାଗରେ ନିଜର ରାଷ୍ଟ୍ରୀୟ ରେକର୍ଡ ଭାଙ୍ଗି ବିଜୟ ହାସଲ କରିଛନ୍ତି ।

Related posts

ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ା ପ୍ରଥମ ମହିଳା ଚାମ୍ପିଅନ୍ ଓଡ଼ିଶାର ଅଞ୍ଜଳି ମୁଣ୍ଡା

Odisha Sports Bureau

କଳିଙ୍ଗ ଷ୍ଟାଡିୟମ୍‌ର ନବନିର୍ମିତ ଆକ୍ବାଟିକ୍ ସେଣ୍ଟ‌ରରେ ସନ୍ତରଣ ପ୍ରତି‌ଯୋଗିତା

Odisha Sports Bureau

ଭାରତୀୟ ସନ୍ତରଣ ଦଳରେ ସୃଷ୍ଟି, ପ୍ରତ୍ୟାଶା