Cricket

ବକାର ୟୁନୁସ ପାକ କୋଚ ଦୌଡରେ ଆଗରେ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନୀ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ବକାର ୟୁନୁସ ପାକ ରାଷ୍ଟ୍ରୀୟ ଟିମର ବୋଲିଂ କୋଚ ହେବା ଦୌଡରେ ସାମିଲ ହୋଇଛନ୍ତି । ସେ ଗୁରୁବାର ଦିନ ଏହି ପଦ ପାଇଁ ଔପଚାରିକ ରୂପେ ଆବେଦନ କରିଛନ୍ତି । ପାକିସ୍ତାନୀ ମିଡିଆରେ ପ୍ରକାଶିତ ଖବରରୁ ଏହି ସୂଚନା ମିଳିଛି ।

ସୂତ୍ରରୁ ପ୍ରକାଶ, ଏହି ପଦ ପାଇଁ ଯେତେବି ଆବେଦନ ଆସିଛି, ସେସବୁ ମଧ୍ୟରେ ବକାର ସବୁଠାରୁ ଜଣାଶୁଣା ନାମ । ବକାର ଏହା ପୂର୍ବରୁ ଦୁଇ ଥର ପାକିସ୍ତାନ କ୍ରିକେଟ ଟିମର ମୁଖ୍ୟ କୋଚ ରହିଛନ୍ତି । କିନ୍ତୁ ଚଳିତ ଥର ସେ ବୋଲିଂ ପ୍ରଶିକ୍ଷଣ ପାଇଁ ଆବେଦନ କରିଛନ୍ତି । ପାକିସ୍ତାନୀ କ୍ରିକେଟ ବୋର୍ଡ (ପିସିବି)ର ତକ୍ରାଳୀନ ଅଧ୍ୟକ୍ଷ ନଜମ ସେଠିଙ୍କ କାର୍ଯ୍ୟକାଳରେ ସେ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଥିଲେ । ଏହା ପରେ ମିକି ଆର୍ଥର ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ । କିନ୍ତୁ ଆର୍ଥରଙ୍କ ପ୍ରଶିକ୍ଷଣ ଅନ୍ତର୍ଗତ ୱାର୍ଲଡ କପରେ ଟିମକୁ ସଫଳତା ମିଳି ନଥିବାରୁ ତାଙ୍କୁ ହଟାଇ ଦିଆଯାଇଥିଲା ।

Related posts

ଅଜ୍ଞାତ ଖେଳାଳିଙ୍କ ପାଇଁ ୭.୨୦ କୋଟି ଖର୍ଚ୍ଚ କରିଛି ଦିଲ୍ଲୀ କ୍ୟାପିଟାଲ୍ସ; ଜାଣନ୍ତୁ କୁମାର କୁଶାଗ୍ର କିଏ

Odisha Sports Bureau

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ବାତିଲ

Odisha Sports Bureau

ଆଇପିଏଲ୍ ରୁ ବାଦ ପଡ଼ିଲେ ଷ୍ଟେନ

Odisha Sports Bureau

Leave a Comment