Golf

ବନବିଭାଗ ହାତରେ ଗଲଫ ଖେଳାଳି

(ଓଡିଶା ସ୍ପୋର୍ଟ): ଅନ୍ତର୍ଜାତୀୟ ଗଲଫ ଖେଳାଳି ଜ୍ୟୋତି ରାନ୍ଧୱା ଗିରଫ ହୋଇଛନ୍ତି । ଜଙ୍ଗଲରେ ଶିକାର କରିବା ଅଭିଯୋଗରେ ତାଙ୍କୁ ଉତ୍ତର ପ୍ରଦେଶର ବନ ବିଭାଗ ଗିରଫ କରିଛି ।

ରାନ୍ଧୱାଙ୍କଠାରୁ ଏକ ୨.୨ ରାଇଫଲ ଜବତ କରାଯାଇଛି। ତା’ସହିତ ଏକ ଗାଡ଼ି ଓ ସେଥିରେ ଥିବା ଅନ୍ୟାନ୍ୟ ଉପକରଣ ସହିତ ବନ୍ୟଜନ୍ତୁଙ୍କ କିଛି ଅବଶେଷ ଜବତ କରାଯାଇଛି। ଜଙ୍ଗଲୀ ବାର୍ହାର ଚମଡ଼ା ତାଙ୍କ ଗାଡ଼ିରୁ ମିଳିଛି। ମଙ୍ଗଳବାର ରାନ୍ଧୱା ଏକ ଜଙ୍ଗଲୀ କୁକୁଡ଼ାର ମଧ୍ୟ ଶିକାର କରିଥିଲେ।

ରାନ୍ଧୱା ଓ ତାଙ୍କର ଜଣେ ସାଥୀ ମହେଶ ବିଜଦାରଙ୍କୁ ଉତ୍ତର ପ୍ରଦେଶର ମୋତିପୁର ରେଞ୍ଜ୍ ଅନ୍ତର୍ଗତ କତର୍ନିଆଘାଟ ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯାଉଛି।

ଜଣେ ବନ ଅଧିକାରୀ କହିଛନ୍ତି, କତର୍ନିଆଘାଟ ଅଞ୍ଚଳରେ ରାନ୍ଧୱାଙ୍କର ଗୋଟିଏ ଫାର୍ମ ଅଛି। ଗତ ତିନି ଦିନ ହେଲା ସେ ଗାଡ଼ିରେ ତାଙ୍କ ସହଯୋଗୀଙ୍କ ସହିତ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଗତ ମଙ୍ଗଳବାର ତାଙ୍କୁ ବନ ବିଭାଗ କର୍ମଚାରୀମାନେ ପ୍ରତିରୋଧ କରିଥିଲେ।

Related posts

ଜନ୍ ରାମଙ୍କ ରୋମାଞ୍ଚକର ବିଜୟ

Odisha Sports Bureau

ଓଡ଼ିଆ ଝିଅ କାଶିକା ମିଶ୍ର ଏବେ ନିଜ ଗଲ୍ଫ କ୍ୟାରିୟରେ ବଡ଼ ସଫଳତା

Odisha Sports Bureau

ଶିବ ଏବଂ ଚିକ୍କାରଙ୍ଗପ୍ପା ସଂୟୁକ୍ତା ଦ୍ୱିତୀୟ ସ୍ଥାନରେ, କିମ୍ ଜିତିଲେ ଟାଇଟଲ୍

Odisha Sports Bureau