Tennis

ବାଙ୍ଗାଲୁର ଓପନ ସେମିଫାଇନାଲରେ ପେସ୍-ଏବଡନଙ୍କ ଯୋଡି

(ଓଡିଶା ସ୍ପାର୍ଟସ): ଭାରତର ଅନୁଭବି ଖେଳାଳି ଲିଆଣ୍ଡର ପେସ୍ ଏବଂ ତାଙ୍କ ଯୋଡିଦାର ମେଥ୍ୟୁ ଏବଡେନ୍ ଶୁକ୍ରବାରଦିନ ବାଙ୍ଗାଲୁର ଓପନ ଫାଇନାଲରେ ପହଞ୍ଚି ଯାଇଥିଲେ । ସଂମ୍ଭବତଃ ଭାରତରେ ନିଜର ଶେଷ ଏଟଇପି ଟୁର୍ଣ୍ଣାମେଣ୍ଟ ଖେଳୁଥିବା ପେସ୍ ଏବଂ ଅଷ୍ଟ୍ରେଲିଆର ଏବଡେନ୍ଙ୍କ ଯୋଡି ସେମିଫାଇନାଲ ମୁକାବିଲାରେ ଜୋନାଥନ ଏର୍ଲିଚ ଏବଂ ଆନ୍ଦ୍ରେଇ ଭାସିଲେଭାସ୍କିଙ୍କ ଯୋଡିକୁ ୬-୪, ୩-୬, ୧୦-୭ରେ ପରାସ୍ତ କରିଛନ୍ତି । ଏହା ପୁର୍ବରୁ ପେସ ଏବଂ ଏବଡନଙ୍କ ଯୋଡି କ୍ୱାଟର ଫାଇନାଲ ମୁକାବିଲାରେ ଗତ ସପ୍ତାହରେ ଏଟିପି ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ସ୍ୱିଡନର ଆନ୍ଦ୍ରେ ଗୋରାନସନ ଏବଂ ଇଣ୍ଡୋନେସିଆର କ୍ରିଷ୍ଟୋଫର ଋଙ୍ଗକାଟର ତୃତୀୟ ସ୍ଥାନରେ ଥିବା ଯୋଡିକୁ ୭-୫, ୦-୬, ୧୦-୭ ରେ ପଛରେ ପକାଇ ବାଙ୍ଗାଲୁର ଓପନର ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି ।

Related posts

ଏସିଆ ଚମ୍ପିଆନଶିପର ଫାଇନାଲରେ ଭାରତୀୟ ଜୁନିଅର ଟିଟି ଟିମ୍

Odisha Sports Bureau

ଦଶନ୍ଧିର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଟେନିସ୍ ଗର୍ଲଙ୍କ ପ୍ରାଧାନ୍ୟ ବିସ୍ତାର

ୟୁଏସ୍ ଓପନ୍ ଟେନିସ୍ ଟୁର୍ନାମେଣ୍ଟରୁ ଓହରିଲେ ଅଷ୍ଟାପେଙ୍କୋ

Odisha Sports Bureau