Cricket

ବାରବାଟୀ ଷ୍ଟାଡିୟମ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି

(ଓଡ଼ିଶା ସ୍ପୋର୍ଡ଼ସ ): ଐତିହାସିକ ବାରବାଟୀ ଷ୍ଟାଡିୟମ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି। ଦର୍ଶକଭରା ଷ୍ଟାଡିୟମରେ ଉଡ଼ିଛି ଭାରତର ବିଜୟ ଧ୍ୱଜା। ରବିବାର ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ସହ ଭାରତ ସିରିଜ ବିଜୟୀ ହୋଇଛି। ଓପନିଂ ଯୋଡ଼ିରେ ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଶତକୀୟ ଭାଗୀଦାରି ଏବଂ ପରେ ଅଧିନାୟକ ବିରାଟ କୋହଲିଙ୍କ ଇନିଂସ ବଳରେ ଭାରତ ଚଳିତ ସିରିଜର ନିର୍ଣ୍ଣାୟକ ଦିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪ ଉଇକେଟରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ୟ୍ୟ ୩୧୬ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୮.୪ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଛି। ବାରବାଟୀରେ ସର୍ବାଧିକ ରନ ଚେଜ୍‌ରେ ଏହା ଏକ ରକର୍ଡ। ପୂର୍ବରୁ ବାରବାଟୀରେ ସର୍ବାଧିକ ରନ ଚେଜ୍‌ ଥିଲା ୨୭୧ ରନ। ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ଭାରତ ଏହି ରନ ଚେଜ୍‌ କରିଥିଲା। ଏବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ସେହି ରେକର୍ଡକୁ ଭାଙ୍ଗିଛି।

Related posts

‘ଆଡିଡାସ’ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନୂଆ ଜର୍ସି ପ୍ରଦର୍ଶିତ କରାଯାଇଛି

Odisha Sports Bureau

ମେଲବୋର୍ଣ୍ଣ ଟେଷ୍ଟ: ଭାରତ ୮ ୱିକେଟରେ ବିଜୟୀ

Odisha Sports Bureau

ଅସ୍ତ୍ରୋପଚାର ପରେ ହର୍ଷିତ ରାଣା ହସ୍ପିଟାଲ ବେଡ୍ ରୁ ଅପଡେଟ୍ ପ୍ରଦାନ କଲେ

Odisha Sports Bureau