Cricket

ବାରବାଟୀ ଷ୍ଟାଡିୟମ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି

(ଓଡ଼ିଶା ସ୍ପୋର୍ଡ଼ସ ): ଐତିହାସିକ ବାରବାଟୀ ଷ୍ଟାଡିୟମ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି। ଦର୍ଶକଭରା ଷ୍ଟାଡିୟମରେ ଉଡ଼ିଛି ଭାରତର ବିଜୟ ଧ୍ୱଜା। ରବିବାର ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ସହ ଭାରତ ସିରିଜ ବିଜୟୀ ହୋଇଛି। ଓପନିଂ ଯୋଡ଼ିରେ ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଶତକୀୟ ଭାଗୀଦାରି ଏବଂ ପରେ ଅଧିନାୟକ ବିରାଟ କୋହଲିଙ୍କ ଇନିଂସ ବଳରେ ଭାରତ ଚଳିତ ସିରିଜର ନିର୍ଣ୍ଣାୟକ ଦିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪ ଉଇକେଟରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ୟ୍ୟ ୩୧୬ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୮.୪ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଛି। ବାରବାଟୀରେ ସର୍ବାଧିକ ରନ ଚେଜ୍‌ରେ ଏହା ଏକ ରକର୍ଡ। ପୂର୍ବରୁ ବାରବାଟୀରେ ସର୍ବାଧିକ ରନ ଚେଜ୍‌ ଥିଲା ୨୭୧ ରନ। ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ଭାରତ ଏହି ରନ ଚେଜ୍‌ କରିଥିଲା। ଏବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ସେହି ରେକର୍ଡକୁ ଭାଙ୍ଗିଛି।

Related posts

ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ, ୨୦୧୯ର କାର୍ୟ୍ୟସୂଚୀ ଘୋଷଣା

Odisha Sports Bureau

ନୂଆ ଯୁଗର ଷ୍ଟମ୍ପ କ୍ରିକେଟରେ ପ୍ରବେଶ; ଅଷ୍ଟ୍ରେଲିଆର ଟି -୨୦ ଲିଗ୍ ‘ବିଗ୍ ବାସ୍ ଲିଗ୍’ରେ ଦେଖିବାକୁ ମିଳିଛି ଏହି ନୂତନ ଷ୍ଟମ୍ପ

Odisha Sports Bureau

ସେମିଫାଇନାଲ ଜିତି ୱାର୍ଲଡକପ୍ ବୁକରେ ନିଜ ନାଁ ଛାପିବ ଭାରତ

Odisha Sports Bureau