Athletics

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଶାର ଷ୍ଟାର୍‌ ଆଥଲେଟ୍‌ ଅମିୟ  କୁମାର ମଲ୍ଲିକ

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଶାର ଷ୍ଟାର୍‌ ଆଥଲେଟ୍‌ ଅମିୟ  କୁମାର ମଲ୍ଲିକ ।  ମୁମ୍ବାଇରେ ସେ ଶ୍ୱେତା ଅତିଲିଙ୍କୁ ବିବାହ କରିଛନ୍ତି । ଶ୍ବେତାଙ୍କ ଘର ମୁମ୍ବାଇରେ ହୋଇଥିବା ବେଳେ ଗତକାଲି ଅର୍ଥାତ ନଭେମ୍ବର ୨୨ରେ ଉଭୟେ ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି। ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି।

ଆସନ୍ତା ୨୧  ତାରିଖରେ ଉଭୟଙ୍କର ନିର୍ବନ୍ଧ ଏବଂ  ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅମିୟ କୁମାର ମଲ୍ଲିକ ଓଡ଼ିଶାରେ ଜନ୍ମିତ ଜଣେ ଦ୍ରୁତ ଧାବକ । ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ତାଙ୍କ ନାମରେ ଜାତୀୟ ରେକର୍ଡ଼ ରହିଛି । ୨୦୧୬ ମସିହାରେ ଦିଲ୍ଲୀଠାରେ ୧୦୦ ମିଟର ଦୌଡ଼ ମାତ୍ର ୧୦.୨୬ ସେକେଣ୍ଡରେ ଅତିକ୍ରମ କରି ସେ ଏହି ଜାତୀୟ ରେକର୍ଡ଼ ସ୍ଥାପନା କରିଥିଲେ ।

 

Related posts

କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍

ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ