(ଓଡିଶା ସ୍ପୋର୍ଟସ): ବିରାଟ କୋହଲିଙ୍କ ବାହିନୀ ଇତିହାସ ରଚିଛି । ବିରାଟଙ୍କ ନେତୃତ୍ୱରେ ଭାରତ ସାଉଥ ଆଫ୍ରିକା ବିରୋଧରେ କ୍ଲିନ ସ୍ୱିପ କରିଛି । ଦଳ ବିଶାଖାପାଟନାମ, ପୁଣେରେ ବିଜୟ ହାସଲ ପରେ ରାଂଚିରେ ମଧ୍ୟ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇଂନିସ ୨୦୨ ରନ୍ରେ ହରାଇ ସିରିଜ କ୍ଲିନସ୍ୱିପ କରିଛି । ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ପ୍ରଥମ ଥର ପାଇଁ ୩-୦ରେ ସିରିଜ କବଜା କରିଛି । ଗତକାଲି ତୃତୀୟ ଦିନ ଖେଳ ଶେଷ ହେବା ବେଳକୁ ଦକ୍ଷିଣ ଆଫ୍ରିକା ୧୩୨ ରନରେ ୮ ୱିକେଟ୍ ହରାଇ ବ୍ୟାଟିଂ କରୁଥିଲା । ଆଜି ଖେଳ ଆରମ୍ଭ ହେଲା ବେଳକୁ ଦଳ ଆଉ ୧ ରନ୍ ଯୋଡି ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ୨୦୨ ରନରେ ବୃହତ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ଭାରତ ପକ୍ଷରୁ ମହମ୍ମଦ ସାମି ୩ ଓ୍ଵିକେଟ ନେଇଥିବା ବେଳେ ଉମେଶ ଯାଦବ ୨ ଟି ଓ୍ଵିକେଟ ନେଇ ଭ୍ରମଣକାରୀ ଟିମର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । ପ୍ରଥମ ଇଂନିସରେ ୩୩୫ ରନ ଲିଡ କରିବା ପରେ ୨ୟ ଇଂନିସ ବ୍ୟାଟିଂ ନ କରି ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲା ଭାରତ ।
previous post
