Cricket

ବିଶ୍ବକପ ପୂର୍ବରୁ ହଠାତ ନେଲେ ଅବସର

ବିଶ୍ବକପ ପୂର୍ବରୁ ହଠାତ ଅବସର ନେଲେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର କେନ୍ ରିଚାର୍ଡସନ । ରିଚାର୍ଡସନ ଆଜି ସବୁ ଫର୍ମାଟରୁ ଅବସର ନେଇଛନ୍ତି ଯାହାଫଳରେ ୧୭ ବର୍ଷରେ ତାଙ୍କର ବୃତ୍ତିଗତ କ୍ୟାରିଅରରେ ପଡ଼ିଛି ପୂର୍ଣ୍ଣଛେଦ । ରିଚାର୍ଡସନ ୨୦୨୧ରେ ଟି୨୦ ବିଶ୍ୱକପ୍‌ ଜିତିଥିବା ଅଷ୍ଟ୍ରେଲିଆ ଦଳର ଅଂଶ ଥିଲେ।

Relief for Aussie Kane Richardson, Tests Negative for Coronavirus

କେନ୍ ରିଚାର୍ଡସନ୍‌ଙ୍କ କ୍ୟାରିଅର ୨୦୦୯ ମସିହାରେ ଆରମ୍ଭ ହୋଇଥିଲା । ଏହି ସମୟରେ ସେ ୧୦ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ରହିଥିଲେ। ୨୦୧୩ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ରିଚାର୍ଡସନ୍ ୨୦୨୩ ମସିହାରେ ଗୌହାଟୀରେ ଭାରତ ବିପକ୍ଷରେ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ତାଙ୍କର ଟି-୨୦ ଅନ୍ତର୍ଜାତୀୟ କ୍ୟାରିଅର ୨୦୧୪ ମସିହାରେ ପାକିସ୍ତାନ ବିପକ୍ଷରେ ଆରମ୍ଭ ହୋଇଥିଲା।କେନ୍ ରିଚାର୍ଡସନ ମୋଟ ୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୮୪ ୱିକେଟ୍ ନେଇଛନ୍ତି । ଯେଉଁଥିରେ ୨୫ଟି ଦିନିକିଆ ମ୍ୟାଚ୍ ମଧ୍ୟ ରହିଛି । ଯେଉଁଥିରୁ ସେ ନେଇଛନ୍ତି ୩୯ଟି ୱିକେଟ୍ । ତାଙ୍କର ସର୍ବୋତ୍ତମ ଦିନିକିଆ ପ୍ରଦର୍ଶନ ହେଉଛି ୬୮ ରନରେ ୫ଟି ୱିକେଟ୍। ୩୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ରେ, ରିଚାର୍ଡସନ ନେଇଛନ୍ତି ୪୫ ଟି ୱିକେଟ୍।

Australia quick Kane Richardson ruled out of Sri Lanka ODIs | Reuters

Related posts

ଆଫଗାନିସ୍ତାନ ଖେଳାଳି ରାସିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି ରତନ ଟାଟା? ଟ୍ୱିଟ୍ କରି ଜବାବ ଦେଲେ ରତନ ଟାଟା

Odisha Sports Bureau

ଦିନିକଆ ସିରିଜ୍ ଖେଳିବେ ନାହିଁ ବୁମରା

Odisha Sports Bureau

ଋଷଭଙ୍କ ପୁନର୍ଜନ୍ମ,ସୋସିଆଲ ମିଡିଆରେ ଲେଖିଲେ ଦ୍ୱିତୀୟ ଜନ୍ମ ତରିକା