Cricket

ବିଶ୍ୱକପ ୧୯: ୬ଷ୍ଠ ତମ ସ୍ଥାନ ଅଧିକାର କରିଛି ଇଂଲଣ୍ଡ

(ଓଡ଼ିଶା ସ୍ପୋର୍ଟସ / ଶୁଭସ୍ମିତା ଦାଶ ) : ୨୦୧୯ ବିଶ୍ୱକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତକରି ଆୟୋଜକ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଗତକାଲି ରୋମାଞ୍ଚକର ଫାଇନାଲ ମ୍ୟାାଚ୍ରେ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତକରି ଇଂଲଣ୍ଡ ଏହି କୃତିତ୍ୱ ହାସଲ କରିଛି । କ୍ରିକେଟ ବିଶ୍ୱକପ ଚମ୍ପିଆନ୍ ତାଲିକାରେ ନୂଆକରି ସାମିଲ ହୋଇଥିବା ଇଂଲଣ୍ଡ କ୍ରିକେଟ ବିଶ୍ୱକପ ଜିତିବାରେ ସଦ୍ୟମ ବ ୬ଷ୍ଠ ଦେଶ । ପୂର୍ବରୁ ୧୧ ଟି ସଂସ୍କରଣରେ ୫ ଟି ଦେଶ ବିଶ୍ୱ ଚମ୍ପିଆନ ହୋଇଥିଲା ।

ପୂର୍ବରୁ ଖେଳା ଯାଇଥିବା ୧୧ଟି ବିଶ୍ବକପ ମଧ୍ୟରୁ ଅଷ୍ଟ୍ରେଲିଆ ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ରେ ସର୍ବାଧିକ ୫ଥର; ୱେଷ୍ଟଇଣ୍ଡିଜ୍ ୧୯୭୫ ଓ ୧୯୭୯ରେ ଏବଂ ଭାରତ ୧୯୮୩ ଓ ୨୦୧୧ ଦୁଇଥର ଲେଖାଏଁ; ପାକିସ୍ତାନ ୧୯୯୨ରେ ଏବଂ ଶ୍ରୀଲଙ୍କା ୧୯୯୬ ଚମ୍ପିଆନ ହୋଇଛନ୍ତି। କ୍ରିକେଟର ଜନ୍ମଦାତା ଇଂଲଣ୍ଡ ପୂର୍ବରୁ ୧୯୭୯, ୧୯୮୭ ଓ ୧୯୯୨ରେ ୩ଥର ଫାଇନାଲ ଖେଳିଥିଲେ ମଧ୍ୟ ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିନଥିଲା। ସେହିପରି ନ୍ୟୁଜିଲାଣ୍ଡ ୨୦୧୫ରେ ପ୍ରଥମ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା।

Related posts

ଦିନିକିଆ ବିଶ୍ୱକପ: ଭାରତ ଆସିବେନିକି ପାକିସ୍ତାନ ?

ଦ୍ୱିତୀୟ ବିଦେଶୀ କ୍ରିକେଟର ଭାବେ ୪୦୦୦ ରନ ପୂରଣ କଲେ: ଗେଲ

Odisha Sports Bureau

ଦକ୍ଷିଣ ଆଫ୍ରିକା ପାଇଁ ବୋଝ ପାଲଟିଲେ ଅଧିନାୟକ ବଭୁମା;ସମଗ୍ର ଟୁର୍ନାମେଣ୍ଟରେ ହାସଲ କରିପାରିଲେ ନାହିଁ ଅର୍ଦ୍ଧଶତକ

Odisha Sports Bureau