(ଓଡିଶାସ୍ପୋର୍ଟସ ): ରାଷ୍ଟ୍ରିୟ ଚମ୍ପିଆନଶିପ୍ ଦୁର୍ଯ୍ୟଧନ ନାଗୀ(୬୯ କିଗ୍ରା) ଏଠାରେ ବିଶ୍ୱ ପୁରୁଷ ମୁଷ୍ଟିଯୋଦ୍ଧା ଚମ୍ପିଆନଶିପ୍ ର ଆରମ୍ଭ ମୁକାବିଲାରେ ଆର୍ମିନିଆର କୋରୟୁନ ଅସ୍ତୋୟାନଙ୍କୁ ୪-୧ରେ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ତାଙ୍କର ସୋମବାର ଦିନ ରାଉଣ୍ଡ ୩୨ ରେ ଜୋର୍ଡନ ର ଷଷ୍ଠ ସ୍ଥାନରେ ଥିବା ଜୟାଦ ଇୟାଶାଶଙ୍କ ସହିତ ହେବ, ଯାହାଙ୍କୁ ପ୍ରଥମ ପର୍ଯ୍ୟାୟରେ ବାଉଟ୍ ମିଳିଥିଲା ।
ଆର୍ମିନିଆଇର ମୁଷ୍ଟି ଯୋଦ୍ଧା ଭାରତୀୟ ମୁଷ୍ଟଯୋଦ୍ଧାଙ୍କ ଠାରୁ ଶକ୍ତିଶାଳୀ ଥିଲେ, କିନ୍ତୁ ତାଙ୍କର ପଞ୍ଚ୍ ସେତେ ଶକ୍ତିଶାଳୀ ନ ଥିଲା । ରାଷ୍ଟ୍ରମଣ୍ଡଳ ଖେଳରେ ରୌପ୍ୟ ପଦକ ହାସଲ କରିଥିବା ମନିଷ କୌସିକ୍(୬୩ କିଗ୍ରା) ଏବଂ ବ୍ରଜେଶ୍ ୟାଦବ (୮୧ କିଗ୍ରା) ଏହା ପୂର୍ବରୁ ନିଜର ଆରମ୍ଭିକ ବାଉଟ ଜିତି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ସେହିପରି ଏସିଆ ଚମ୍ପିଆନ ଉମିତ ପଙ୍ଘାଲ (୫୨ କିଗ୍ରା) ଏବଂ ଏସିଆ ଖେଳର ରୌପ୍ୟ ପଦକ ବିଜେତା କବିନ୍ଦର ସିଂହ ବିଷ୍ଟ( ୫୭ କିଗ୍ରା) ଏବଂ ଆଶିଷ କୁମାର ( ୭୫ କିଗ୍ରା)ଙ୍କୁ ପ୍ରଥମ ପର୍ଯ୍ୟାୟରେ ବାଉଟ ।
previous post