Badminton

ବିଶ୍ୱ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ରେ ସାଇନା,ସିନ୍ଧୁ

(ଓଡିଶା ସ୍ପୋର୍ଟ): ଆସନ୍ତା ସପ୍ତାହରେ ସୁଇଜରଲାଣ୍ଡର ବାସେଲ୍‌ରେ ଆୟୋଜିତ ହେବ ବିଶ୍ବ ବ୍ୟାଡମିଣ୍ଟନ୍‌ ଚମ୍ପିଆନସିପ୍‌। ଏଥିରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ୍‌ ଖେଳାଳି ସାଇନା ନେହୱାଲ୍ ଓ ପିଭି ସିନ୍ଧୁ ଭାଗ ନେବେ। ଯଦି ଉଭୟ ଖେଳାଳି ସେମାନଙ୍କ ପ୍ରାରମ୍ଭିକ ପର୍ୟ୍ୟାୟ ମ୍ୟାଚ୍‌ ଜିତନ୍ତି ତେବେ ସେମିଫାଇନାଲରେ ଉଭୟଙ୍କ ମଧ୍ୟରେ ମୁକାବିଲା ହେବ।

ଏହି ଚମ୍ପିଆନସିପ୍‌ ନିମନ୍ତେ ୫ମ ସିଡ୍‌ ସିନ୍ଧୁ ପ୍ରଥମ ରାଉଣ୍ଡରେ ବାଏ ପାଇଛନ୍ତି। ଦ୍ବିତୀୟ ରାଉଣ୍ଡରେ ସିନ୍ଧୁଙ୍କ ମୁକାବିଲା ଚାଇନିଜ୍‌ ତାଇପେର ପାଇ ୟୁ ପୋ ଏବଂ ବୁଲେରିଆର ଲିଣ୍ଡା ଜେଟ୍‌ଚିରିଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତା ସହ ହେବ। ଅନ୍ୟପକ୍ଷରେ ୮ମ ସିଡ୍‌ ସାଇନା ପ୍ରଥମ ରାଉଣ୍ଡରେ ବାଏ ପାଇଥିବା ବେଳେ ଦ୍ବିତୀୟ ରାଉଣ୍ଡରେ ତାଙ୍କ ମୁକାବିଲା ନେଦରଲାଣ୍ଡ୍‌ସର ସୋରାୟା ଡି ଇଜବର୍ଜଜେନ୍‌ ଓ ସୁଇଜରଲାଣ୍ଡର ସାବରିନା ଜାେ​‌​‌କ୍ବଟ୍‌ଙ୍କ ମଧ୍ୟ‌େ‌ର ହେବାକୁ ଥିବା ମ୍ୟାଚ୍‌ର ବିଜେତାଙ୍କ ସହ ହେବ।

Related posts

ଜୁନିଅର ର୍ୟାକିଂଙ୍ଗ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତିଲେ ତନିଷା

Odisha Sports Bureau

ହାରିଲେ ସିନ୍ଧୁ,ଭାରତର ଅଭିଯାନ ଶେଷ

Odisha Sports Bureau

ପ୍ରମୋଦଙ୍କୁ ନବୀନଙ୍କ ପ୍ରଶଂସା

Odisha Sports Bureau