Cricket

ବିସିସିଆଇ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର

(ଓଡିଶା ସ୍ପୋର୍ଟ): ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଶୃଙ୍ଖଳା ଜିତିତାରେ ପ୍ରଥମ ଓ ବିଶ୍ଵର ପଞ୍ଚମ ଦଳ ହୋଇଛି। ଟିମ୍ ଇଣ୍ଡିଆ ଏହି ଉପଲବ୍ଧି ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ଵରେ ହାସଲ କରିଛି। ୭୧ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଛି ଏଥିରେ ଖୁସି ହୋଇ ବିସିସିଆଇ ଟିମ୍ ଇଣ୍ଡିଆର ଏହି ସଫଳ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହିତ ନଗଦ ପୁରସ୍କାର ରାଶି ଘୋଷଣା କରିଛି।

ବିସିସିଆଇ ଚୂଡାନ୍ତ ଏକାଦଶର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି। ଏହା ବ୍ୟତୀତ ଦଳର ବାକି ସଦସ୍ୟଙ୍କ ପାଇଁ ୭.୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଇଛି। ଏହା ବ୍ୟତୀତ କୋଚିଂ ଷ୍ଟାଫର ସଦସ୍ୟଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଛି। ସେହି ପରି ସହାୟକ ଷ୍ଟାଫଙ୍କୁ ମଧ୍ୟ ତାଙ୍କର ବେତନ ଅନୁସାରେ ରାଶି ଦିଆଯିବ।
ଉଲ୍ଲେଖଯୋଗ୍ୟ ଟିମ୍ ଇଣ୍ଡିଆ ୧୯୪୭ରୁ ଅଷ୍ଟ୍ରେଲିଆ ଗସ୍ତ କରି ଚାଲିଛି। ମାତ୍ର ଏହା ପୂର୍ବରୁ ଦଳ କେବେ ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ସିରିଜ୍ ଜିତିବାରେ ସଫଳ ହୋଇନଥିଲା। ଏବେ ଟିମ୍ ଇଣ୍ଡିଆ ୨-୧ରେ ସିରିଜ୍ ଜିତି ଅଷ୍ଟ୍ରେଲିଆରେ ଇତିହାସକୁ ଓଲଟାଇ ଦେଇଛି।
ଏବେ ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ମୁକାବିଲା ଜାନୁଆରୀ ୧୨ରେ ସିଡନୀରେ ଖେଳାଯିବ। ଜାନୁଆରୀ ୧୫ରେ ଆଡିଲେଡରେ ଦ୍ଵିତୀୟ ଓ ଜାନୁଆରୀ ୧୮ରେ ମେଲବର୍ଣ୍ଣରେ ତୃତୀୟ ଦିନିକିଆ ଖେଳାଯିବ

Related posts

୩ୟ ମ୍ୟାଚ ଖେଳିବେ କୋହଲି! ଜାଣନ୍ତୁ ଅପଡେଟ୍‌…

Odisha Sports Bureau

ବିଶ୍ବକପରେ ଭାରତର ପ୍ରଦର୍ଶନ କ’ଣ ରହିବ ? ନିଜ ଭୂମିକାକୁ ନେଇ ଏମିତି କହିଲେ ରାହୁଲ ଦ୍ରାବିଡ

Odisha Sports Bureau

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆରେ ଜିତିଲା ଭାରତ

Odisha Sports Bureau