Cricket

ବୁମରାଙ୍କ ବିଶ୍ୱ ରେକର୍ଡ ; ଟେଷ୍ଟମ୍ୟାଚର ଗୋଟିଏ ଓଭରରେ କଲେ ୩୫ ରନ

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ କ୍ରିକେଟ ଟିମର କ୍ୟାପଟେନ ଭାବେ ଚୟନ ହେବା ପରେ ଜସପିତ୍ ବୁମରା ଏକ ବିଶ୍ୱ ରେକର୍ଡର ଅଧିକାର କରିପାରିଛନ୍ତି । ତେବେ ଇଂଲଣ୍ଡ ମାଟିରେ ଇଂଲଣ୍ଡ ବିରୋଧରେ ଗୋଟିଏ ଓଭରରେ ୩୫ ରନ କରି ଟେଷ୍ଟ କ୍ରିକେଟର ଥିବା ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି ଏହି ଭାରତୀୟ କ୍ରିକେଟର ।

ଇଂଲଣ୍ଡ ବିରୋଧରେ ପଞ୍ଚମ ଟେଷ୍ଟରେ ଭାରତୀୟ ଦଳ ୪୧୬ ରନ କରି ଅଲ ଆଉଟ ହୋଇଛି । ଋଷଭ ପନ୍ତ ଓ ରବିନ୍ଦ୍ର ଜାଡେଜା ଏହି ଟେଷ୍ଟମ୍ୟାଚରେ ଶତକ ହାସଲ କରିଛନ୍ତି । ହେଲେ ଏହି ଟେଷ୍ଟମ୍ୟାଚରେ ନିଜ ବ୍ୟାଟର ଯାଦୁ ଦେଖାଇଛନ୍ତି କ୍ୟାପଟେନ ଜସପିତ ବୁମରା । ସେ ଇଂଲଣ୍ଡର ଦ୍ରୁତ ବୋଲର ସ୍ଟୁଅର୍ଟ ବ୍ରାଣ୍ଡଙ୍କର ଗୋଟିଏ ଓଭରରେ ୩୫ ରନ ପିଟିଛନ୍ତି । ଏହା ପୂର୍ବରୁ ୨୦୦୨ ମସିହାରେ ସାଉଥ୍ ଆଫ୍ରିକା ବିରୋଧରେ ବ୍ରାଏନ ଲାରା ଗୋଟିଏ ଓଭରରେ ୨୮ ରନ କରି ରେକର୍ଡ କରିଥିଲେ । ସେହିଭଳି ୨୦୧୩ ମସିହାରେ ଜର୍ଜ ବେଲି ବି ଜେମ୍ସ ଅଣ୍ଡରସନଙ୍କର ଗୋଟିଏ ଓଭରରୁ ୨୮ ରନ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟପଟେ ୨୦୧୮ ମସିହାରେ କେଶବ ମହାରାଜ ଜୁ ରୁଟଙ୍କ ଗୋଟିଏ ଓଭରରୁ ୨୮ ରନ ସ୍କୋର କରିପାରିଥିଲେ । ସୂଚନା ଥାଉକି ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଓଭରରେ ୩୦ ରୁ ଅଧିକ ରନ ହୋଇପାରିଛି । ଏହାସହ ଏହି ରେକର୍ଡ ଭାରତୀୟ କ୍ରିକେଟର ଜସପିତ୍ ବୁମରାଙ୍କ ନାମରେ ରହିଛି ।

 

Related posts

କୋହଲିଙ୍କ କମାଲ, ୨୬ତମ ଶତକ ହାସଲ କଲେ

Odisha Sports Bureau

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

Odisha Sports Bureau

ମୁମ୍ବାଇକୁ ହରାଇ ମଧ୍ୟପ୍ରଦେଶ ନୂଆ ରଣଜୀ ଚାମ୍ପିଅନ