Hockey

ବେଲଜିୟମ ଟୁର ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

(ଓଡିଶା ସ୍ପୋର୍ଟସ):  ଚଳିତ ମାସ ୨୬ରୁ ଅକ୍ଟୋବର ୩ ତାରିଖ ପର୍ୟ୍ୟନ୍ତ ବେଲଜିୟମ ଟୁର୍ରେ ଭାରତ ବେଲଜିୟମ ବିପକ୍ଷରେ ତିନୋଟି ଏବଂ ସ୍ପେନ୍ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବ।ଏଥିପାଇଁ ଭାରତୀୟ ପୁରୁଷ ହକି ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ରହିଥିବା ବେଳେ ଫରୱାର୍ଡ ଖେଳାଳି ଲଲିତ ଉପାଧ୍ୟାୟ ଓ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ୨୦ଜଣିଆ ଜାତୀୟ ଦଳକୁ ପ୍ରତ୍ୟରବର୍ତ୍ତନ କରିଛନ୍ତି। ଏହି ଦଳରେ ଓଡ଼ିଶାର ଦୁଇଜଣ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ।
ଭାରତୀୟ ଦଳକୁ ଉପାଧ୍ୟାୟ ପ୍ରାୟ ୯ମାସ ପରେ ଫେରିଛନ୍ତି। ଶେଷଥର ପାଇଁ ଭୁବନେଶ୍ୱରରେ ଆୟୋଜିତ ପୁରୁଷ ବିଶ୍ୱକପରେ ଉପାଧ୍ୟାୟ ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ। ରୂପିନ୍ଦର ଗତମାସରେ ଆୟୋଜିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ସାମିଲ୍ ହୋଇନଥିଲେ। ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରୁ ବିଶ୍ରାମ ନେଇଥିବା ଗୋଲକିପର ପିଆର ଶ୍ରୀଜେଶ ଟିମ୍ ସହ ଯୋଗ ଦେଇଛନ୍ତି। ତାଙ୍କ ସହ କ୍ରିଷ୍ଣା ପାଠକ ଦ୍ୱିତୀୟ ଗୋଲକିପର ରହିବେ।
ଭାରତୀୟ ସ୍କ୍ୱାଡ୍
ଗୋଲକିପର: ପିଆର ଶ୍ରୀଜେଶ୍, କ୍ରିଷ୍ଣନ ବି. ପାଠକ।
ଡିଫେଣ୍ଡର୍: ହରମନପ୍ରୀତ ସିଂହ (ଭାଇସ୍-କ୍ୟାପଟେନ୍), ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ବରୁନ୍ କୁମାର, ଅମିତ୍ ରୋହିଦାସ, ଗୁରିନ୍ଦର ସିଂହ, ଖାଦାଙ୍ଗବାମ କୋଥାଜିତ୍ ସିଂହ, ରୂପିନ୍ଦର ପାଲ୍ ସିଂହ।
ମିଡଫିଲ୍ଡର୍: ମନପ୍ରୀତ ସିଂହ (କ୍ୟାପଟେନ୍), ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ନିଳକାନ୍ତ ଶର୍ମା।
ଫରୱାର୍ଡ: ମନଦୀପ ସିଂହ, ଏସଭି ସୁନୀଲ, ଲଲିତ କୁମାର ଉପାଧ୍ୟାୟ, ରମନଦୀପ ସିଂହ, ସିମରନଜିତ୍ ସିଂହ, ଆକାଶଦୀପ ସିଂହ।

Related posts

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

Odisha Sports Bureau

ବାରବାଟୀରେ ଦବଙ୍ଗ ଖାନ, କମ୍ଫିବ ବାରବାଟୀ

Odisha Sports Bureau

ଜୁନିୟର ମହିଳା ହକି ଦଳର କ୍ୟାମ୍ପ୍‌ରେ ୩ ଓଡ଼ିଆ

Odisha Sports Bureau